ଡିଭାଇଡର ର ବାରିକେଡ୍ ଉପରେ ଚଢ଼ିଗଲା ବିଧାୟକଙ୍କ କାର

ଭୁବନେଶ୍ବର, ୧୪/୧୦: (ସଂକେତ ଟିଭି) କ୍ଷିପ୍ରଗତିରେ ଆସି ଡିଭାଇଡର ଉପରେ ଚଢ଼ିଗଲା ବିଧାୟକଙ୍କ କାର। ସାନଖେମୁଣ୍ଡୀ ବିଧାୟକ ରମେଶ ଜେନାଙ୍କର କାର୍ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଥିବା ଡିଭାଇଡର ଉପରେ କାର୍ ଚଢ଼ିଯାଇ ଡିଭାଇଡ଼ରରେ ପିଟି ହୋଇ ଧାରଣା ସ୍ଥଳର ବାରିକେଡ଼ରେ ଉପରେ ଚଢ଼ିଯାଇଥିଲା। ଗାଡର ଡ୍ରାଇଭର ନିଶାଶକ୍ତ ଅବସ୍ଥାରେ ଗାଡି ଚଳାଉଥିବା ସମୟରେ ଏଭଳି ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, କାର୍ ଟି ମାଷ୍ଟରକ୍ୟାଣ୍ଟିନରୁ ବିଧାନସଭା ରାସ୍ତା ଆଡକୁ ଯାଉଥିଲା। ଗାଡ଼ିରେ ଚାଳକଙ୍କ ସହ ରୋଷେୟା ମଧ୍ୟ ବସିଥିଲେ। ଗାଡ଼ିକୁ ନିଶାରେ ଥିବା ଡ୍ରାଇଭର ଜଣକୁ ସମ୍ଭାଳି ପାରିନଥିଲେ। ଯାହାପରେ ଡିଭାଇଡ଼ର ଉପରକୁ ଗାଡି ଚାଳକ ଚଢ଼ାଇ ଦେଇଥିଲେ। ରୋଷେୟା ଜଣକ ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଦୁର୍ଘଟଣା କାରଣରୁ ଗାଡ଼ିଟି ପୁରା ନଷ୍ଟ ହୋଇଯାଇଛି।