ରେଳ ଷ୍ଟେସନରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ସୋର ୧୪/୧୦: (ସଂକେତ ଟିଭି) ବାଲେଶ୍ବର ଜିଲ୍ଲା ସୋର ରେଳ ଷ୍ଟେସନରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ । ଷ୍ଟେସନ ପରିସରରେ ଥିବା ଟିକେଟ୍ କାଉଣ୍ଟର ଓ ରିଜର୍ଭସନ କାଉଣ୍ଟରକୁ ଲାଗି ରହିଥିବା ରେଳ ଷ୍ଟେସନର ବିଦ୍ୟୁତ୍ କଣ୍ଟ୍ରୋଲ ରୁମରେ ବିଦ୍ୟୁତ୍ ସର୍ଟ ସାରକିଟ୍ ରୁ ଅଗ୍ନିକାଣ୍ଡ ଘଟିଥିଲା । ରେଳ କର୍ମଚାରୀ ଟିକେଟ୍ କାଉଣ୍ଟର ରେ ଶୋଇ ଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଥିଲେ । ଷ୍ଟେସନ ପୁରା ଧିଆଁ ମୟ ହୋଇଯାଇଥିଲା ।

ଖବର ପାଇ ସୋର ଦମକଳ ବାହିନୀ ର ଦୁଇଟି ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଦମକଳ ବାହିନୀର ଅଧିକାରୀ ଷ୍ଟେସନ ପରିସରରେ ଥିବା ୩ଟି ନିଆଁ ଲିଭା ଯନ୍ତ୍ରର ପରୀକ୍ଷଣ କରି ତାହା ୩ ମାସରୁ ଉର୍ଦ୍ଧ୍ବ ହୋଇଯାଇ ଏକ୍ସପାଏରି ହୋଇଥିବା ଜାଣିବାକୁ ପାଇଥିଲେ । ସୋର ରେଳ ଷ୍ଟେସନ୍ ପରି ଏକ ଗୁରୁତ୍ବପୁର୍ଣ୍ଣ ଜାଗାରେ ରେଳ ବିଭାଗର ଏଭଳି ଖାମଖିଆଲ ପାଇଁ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ।