ଯଦି ପାକିସ୍ତାନ ନମାନେ ପୁଣି ସର୍ଜିକାଲ ଷ୍ଟ୍ରାଇକ୍ କରିପାରିବ ଭାରତ: ଅମିତ୍ ଶାହ

ଗୋଆ, ୧୪/୧୦: (ସଂକେତ ଟିଭି) ଜାମ୍ମୁକାଶ୍ମୀରରେ ଆତଙ୍କବାଦୀମାନେ ନାଗରିକମାନଙ୍କୁ କରିବା ଆକ୍ରମଣ ଘଟଣାରେ ପାକିସ୍ଥାନକୁ ଚେତାବନୀ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହ । ଯଦି ପାକିସ୍ତାନ କାଶ୍ମୀରରେ ସାଧାରଣ ଲୋକଙ୍କୁ ହତ୍ୟା କରିବା ପାଇଁ ପ୍ରୋତ୍ସହନ ଯୋଗାଇବା ଏବଂ ଅପରାଧ ଘଟଇବା ଭଳି କାର୍ଯ୍ୟକଳାପକୁ ବନ୍ଦ ନକରେ ତେବେ ଭାରତ ତାର ଶକ୍ତି ପ୍ରଦର୍ଶନ କରିବ । ପୁଣିଥରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରିବାକୁ ଭାରତ ପଛାଇବ ନାହିଁ ବୋଲି ସେ କହିଛନ୍ତି।

ଅମିତ ଶାହ କହିଛନ୍ତି, ୨୦୧୬ରେ ଭାରତ, ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକ୍ କରି ଏହା ପ୍ରମାଣିତ କରିସାରିଛି ଯେ, ଆମେ କଦାପି ଆକ୍ରମଣକୁ ବରଦାସ୍ତ କରିବୁନି । ଯଦି ସେମାନେ ନିୟମ ଭାଙ୍ଗିବେ ତେବେ ନିଶ୍ଚୟ ସର୍ଜିକାଲ ଷ୍ଟ୍ରାଇକ୍ ପୁଣି ହେବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ।

ଭାରତ ଅତଙ୍କବାଦକୁ ନିରବରେ ସହିପାରିବ ନାହିଁ । ଆଉ ଏହି ଷ୍ଟ୍ରାଇକ୍‌ ଭାରତର ପରାକ୍ରମକୁ ପୁଣି ପାକିସ୍ତାନ ଆଗରେ ତାର ପରିଚୟ ଚେତାଇ ଦେବ ବୋଲି ସେ କହିଛନ୍ତି । ଗୋଆର ଧରବନ୍ଦୋରାସ୍ଥିତ ନ୍ୟାସନାଲ ଫରେନସିକ୍ ସାଇନ୍ସ ୟୁନିଭରସିଟିର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ଅମିତ୍‌ ଶାହ ଯୋଗ ଦେଇ ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ ଏବଂ ପୂର୍ବ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ସମୟରେ ହୋଇଥିବା ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା । ଆମେ ଆମର ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ପ୍ରୟାସ କରୁଛୁ । ହେଲେ ସେତେବେଳେ କଥାବର୍ତ୍ତା ହେବାର ସମୟ ଥିଲା । କିନ୍ତୁ ବର୍ତ୍ତମାନ ହେଉଛି ମୁହଁତୋଡ଼ ଜବାବ ଦେବାର ସମୟ ବୋଲି ସେ କହିଛନ୍ତି ।