ଶାହାରୁଖଙ୍କ ପୁଅ ଆର୍ୟନଙ୍କୁ ମିଳିଲାନି ଜାମିନ୍‌, ୨୦ ଯାଏଁ ଜେଲ୍‌ରେ ରହିବେ

ମୁମ୍ୱାଇ, ୧୪/୧୦: (ସଂକେତ ଟିଭି) ଆଜି ମଧ୍ଯ ମିଳିଲା ନାହିଁ ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଜାମିନ୍ । କ୍ରୁଜ ଡ୍ରଗ୍ସ ମାମଲାରେ ଜେଲରେ ଥିବା ଆର୍ଯ୍ୟନଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଉପରେ ରାୟକୁ ମୁମ୍ବାଇ ସ୍ପେସାଲ ଏନଡିପିଏସ କୋର୍ଟ ସଂରକ୍ଷିତ ରଖିଛନ୍ତି । ଆସନ୍ତା ୨୦ ତାରିଖ ଦିନ ପୁଣିଥରେ ଏହି ମାମଲାର ବିଚାର କରାଯିବ । ସେ ପର୍ଯ୍ୟନ୍ତ ଆର୍ଯ୍ୟନ ଜେଲ୍‌ରେ ହିଁ ରହିବେ । ଅର୍ଥାତ ୨୦ ତାରିଖ ପର୍ଯ୍ୟନ୍ତ ସେ ଜେଲ୍‌ରେ କାଟିବେ ବୋଲି ଜଣାପଡ଼ିଛି ।

ଆର୍ଯ୍ୟନଙ୍କ ଓକିଲ ସତୀଶ ମାନଶିନ୍ଦେ ସେସନ୍ କୋର୍ଟରେ ଜାମିନ ଆବେଦନ କରିଥିଲେ। ବୁଧବାର ଆର୍ୟନଙ୍କ ଜାମିନ ପିଟିସନକୁ ନେଇ ମୁମ୍ବାଇ ସେସନ କୋର୍ଟରେ ଶୁଣାଣି ହୋଇଥିଲା । କୋର୍ଟ ଏନସିବି ଏବଂ ଆର୍ୟନ ଖାନଙ୍କ ଓକିଲଙ୍କ ଯୁକ୍ତି ଶୁଣିବା ପରେ ନିଷ୍ପତ୍ତିକୁ ସୁରକ୍ଷିତ ରଖିଛନ୍ତି । ମଙ୍ଗଳବାର ଦିନ ଶୁଣାଣି ବେଲେ ଏନସିବି ପକ୍ଷ ରଖୁଥିବା ଏଡିସନାଲ ସୋଲିସିଡର ଜେନେରେଲ ଦାବି କରିଥିଲେ ଯେ ଆର୍ଯ୍ୟନ ବହୁତ ଦିନରୁ ଡ୍ରଗ୍ସ ସେବନ କରୁଛନ୍ତି। ଆର୍ଯ୍ୟନଙ୍କ ଓକିଲ ଏ ସବୁ ଅଭିଯୋଗ ଖାରଜ କରିଦେଇଛନ୍ତି।

ଏନସିବି ଓ ଆରୟନଙ୍କ ଓକିଲଙ୍କ ଯୁକ୍ତି ଶୁଣିବା ପରେ ଅକ୍ଟୋବର ୨୦ପର୍ଯ୍ୟନ୍ତ ରାୟ ସଂରକ୍ଷିତ ରଖିଛନ୍ତି ବିଚାରପତି ଭିଭି ପାଟିଲ। ଦଶହରା ପରେ ହିଁ ରାୟ ଶୁଣାଇବେ ବୋଲି କହିଛନ୍ତି ବିଚାରପତି । ଏବେ ୫ଦିନ ତାଙ୍କୁ ପୁଣି ଜେଲରେ ରହି ଦିନ କାଟିବାକୁ ପଡ଼ିବ। ଅକ୍ଟୋବର ୨୦ରେ ହିଁ ତାଙ୍କୁ ଜାମିନ ଦେବା ନେଇ ରାୟ ଶୁଣାଇବେ ଅଦାଲତ। ତେବେ ଅକ୍ଟୋବର ୨୦ରେ ମଧ୍ୟ ବିଚାରପତି ବ୍ୟସ୍ତ ରହିବେ ବୋଲି କହିବା ସହ ରାୟ ଶୁଣାଇବା ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି।

ତେବେ ଜେଲରେ ରହିବା ସମୟରେ ଆର୍ୟ୍ୟନଙ୍କୁ ବାହାରୁ ପୋଷାକପତ୍ର ଆଣି ପିନ୍ଧିବାକୁ ଅନୁମତି ମିଳିଛି। କିନ୍ତୁ, ସେ କେବଳ ଜେଲ୍‌ରେ ଦିଆଯାଉଥିବା ମିଳୁଥିବା ଖାଦ୍ୟ ଖାଇବେ ବୋଲି କୁହାଯାଇଛି। ତେଣୁ, ଜେଲ୍‌ ନିୟମ ଅନୁସାରେ ସେ କ୍ୟାଣ୍ଟିନ୍‌ କୁପନ୍‌ ବ୍ୟବହାର କରି ସ୍ନାକ୍ସ୍‍, ବିସ୍କୁଟ୍‌, ପାଣି ବୋତଲ ଆଣୁଛନ୍ତି। ଏହା ବ୍ୟତିରେକେ, ତାଙ୍କୁ ମୁମ୍ବାଇ ଆର୍ଥର୍‌ ଜେଲ୍‌ର ‘କ୍ୱାରେଣ୍ଟିନ୍‌ ବାରାକ’ରୁ ‘କମନ୍‌ ସେଲ୍‌’କୁ ସ୍ଥାନାନ୍ତରଣ କରାଯାଇଛି।