ଦହିବରା ଆଳୁଦମ୍‌ ସାଙ୍ଗକୁ ଚାଲିଥିଲା ବ୍ରାଉନ୍‌ସୁଗର ବେପାର, ମାଡିବସିଲା ପୋଲିସ

ଜଗତସିଂହପୁର, ୧୪/୧୦: (ସଂକେତ ଟିଭି) ଜଣେ ଦହିବରା ଆଳୁଦମ୍‌ ସାଙ୍ଗକୁ ବ୍ରାଉନ୍‌ସୁଗର ପୁଡ଼ିଆ ବିକ୍ରି କରି ଆସୁଥିବା ଜଣେ ଯୁବକଙ୍କୁ ଜଗତସିଂହପୁର ପୋଲିସ ଗିରଫ କରିଛି । ତା ପାଖରୁ ବ୍ରାଉନ୍ସୁଗର ଥିବା ପ୍ରାୟ ୫୦ଟି ପୁଡ଼ିଆ ମିଳିଛି । ବ୍ରାଉନ୍‌ସୁଗର ପୁଡ଼ିଆ କାହା ମାର୍ଫତରେ ଅଣାଯାଇଥିଲା ତାହା ଉପରେ ପୋଲିସ ଛାନ୍‌ଭିନ ଚଳାଇଛି ।

ଗିରଫ ଯୁବକ ଜଣକ ହେଲେ ସ୍ଥାନୀୟ କଣ୍ଟାବଲ୍ଲଭପୁର ଗ୍ରାମର ନିରାକାର ନାୟକ(୩୫) । ସେ ଜଗତସିଂହପୁରର କଲେଜ ଛକରେ ପ୍ରତିଦିନ ଦହିବରା ଆଳୁଦମ୍‌ ବେପାର କରେ । ହେଲେ ସେ ବ୍ରାଉନ୍‌ସୁଗର୍‌ ପୁଡ଼ିଆ ବିକ୍ରି କରି ଆସୁଥିଲା । ଆଜି ଜଗତସିଂହପୁର ପୋଲିସ ହାବୁଡ଼ରେ ପଡ଼ି ଯାଇଥିଲା । କିନ୍ତୁ କଣ୍ଟାବଲ୍ଳଭପୁର ଅଞ୍ଚଳରେ ଏହି ବ୍ରାଉନ୍‌ସୁଗର ରାକେଟ୍‌ ଅନ୍ଯମାନେ ଚଳାଉଛନ୍ତି । ସେହି ରାକେଟ୍‌ ହିଁ ଏହି ଦହିବରା ଆଳୁଦମ୍‌ ବେପାରୀକୁ ମୋହରା କରିଥିବା ସନ୍ଦେହ ହେଉଛି । ଏସ୍‌ପି ଅଖିଳେଶ୍ୱର ସିଂଙ୍କ ନିର୍ଦ୍ଦେଶକ୍ରମେ ଉଭୟ ବ୍ରାଉନ୍‌ସୁଗର ଓ ଚୋରା ପିସ୍ତଲ ନେଟୱର୍କ ଉପରେ ଜିଲ୍ଲା ପୋଲିସ ପକ୍ଷରୁ ତନାଘନା ଜାରି ରହିଛି ।