ଟି-୨୦ ବିଶ୍ୱକପ୍ ପୂର୍ବରୁ ପାକିସ୍ତାନ ଅଧିନାୟକଙ୍କ ବଡ ବୟାନ, ଏଥର ଭାରତ ହାରିବ, ଆମେ ଜିତିବୁ

ଦୁବାଇ, ୧୪/୧୦: (ସଂକେତ ଟିଭି) ଟି-୨୦ ବିଶ୍ୱକପରେ ଅକ୍ଟୋବର ୨୪ ତାରିଖରେ ହେବାକୁ ଥିବା ମ୍ଯାଚରେ ପାକିସ୍ଥାନ ନିଶ୍ଚିତ ଭାବରେ ଭାରତ ବିପକ୍ଷରେ ବିଜୟୀ ହେବ । ଏଭଳି ଏକ ବଡ ବୟାନ ଦେଇଛନ୍ତି ପାକିସ୍ତାନ କ୍ରିକେଟ୍ ଟିମର ଅଧିନାୟକ ବାବର ଆଜମ୍ ।

ଟି-୨୦ ବିଶ୍ୱକପରେ ଭାରତ ଅକ୍ଟୋବର ୨୪ ତାରିଖରେ ନିଜର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହ ମ୍ୟାଚ୍ ଖେଳି ଏଥର ଅଭିଯାନ ଆରମ୍ଭ କରିବ । ଏହି ମ୍ଯାଚ ପୂର୍ବରୁ ବୟାନ ବାଜି ଆରମ୍ଭ କରି ପାକିସ୍ଥାନ । ଆଇସିସି ୱେବସାଇଟ୍ ସହିତ କଥାବାର୍ତ୍ତାରେ ବାବର୍ କହିଛନ୍ତି, ତାଙ୍କୁ ପୂରା ବିଶ୍ୱାସ ଅଛି, ଏଥର ଭାରତ ବିପକ୍ଷରେ ସେମାନେ ନିଶ୍ଚୟ ବିଜୟୀ ହେବେ ।

ଗତ ତିନି-ଚାରି ବର୍ଷ ହେଲା ୟୁଏଇରେ ଖେଳିବା ନେଇ ପାକିସ୍ତାନର ଅନୁଭବ ଅଧିକ ରହିଛି । ଯାହାକି ଦଳ ପାଇଁ ଲାଭଦାୟକ ହେବ । ଖାଲି ସେତିକି ନୁହେଁ, ଏଠାକାର ପରିବେଶ ମଧ୍ୟ ପାକିସ୍ତାନ ଖେଳାଳିମାନେ ବେଶ୍ ଭଲ ଭାବେ ଜାଣିଛନ୍ତି, ତେଣୁ ମ୍ୟାଚ୍ ଦିନ ଭାରତକୁ ହରାଇବାରେ ପାକିସ୍ତାନ ସଫଳ ହେବ ବୋଲି ବାବର୍ ଆଜମ୍ କହିଛନ୍ତି ।

ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଭାରତର ରେକର୍ଡ ଅତ୍ୟନ୍ତ ଭଲ। ଭାରତ ପାକିସ୍ଥାନ ବିପକ୍ଷରେ ସାତୋଟି ମ୍ୟାଚ୍ ଜିତିଛି । ସେଥିମଧ୍ୟରୁ ଟି-୨୦ ଫର୍ମାଟରେ ପାଞ୍ଚଟି ରହିଛି । ବାବର ଆଜାମ କହିଛନ୍ତି ଯେ ଆମେ ଗତ କିଛି ଦିନ ହେଲା ୟୁଏଇରେ କ୍ରିକେଟ୍ ଖେଳୁଛୁ । ଆମେ ଏଠାରେ ପରିସ୍ଥିତି ବିଷୟରେ ଜାଣିଛୁ । ଏଠାରେ ୱିକେଟ୍ କିପରି ଖେଳିବ ଆମେ ଜାଣୁ । ଏଥର ଆମେ ହିଁ ଜିତିବୁ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ଆମେ ଜାଣୁ ଏହା ଏକ ହାଇ ଭୋଲଟେଜ ମ୍ଯାଚ ହେବ । ତଥାପି ଆମେ ଏହି ବିଜୟ ସହିତ ଟୁର୍ନାମେଣ୍ଟ ଆରମ୍ଭ କରିବୁ ।