ପୁଅ ଆର୍ୟନଙ୍କ ସହ ଭିଡିଓ କଲରେ କଥା ହେଲେ ଶାହାରୁଖ ଖାନ ଓ ତାଙ୍କ ପତ୍ନୀ ଗୌରୀ

ମୁମ୍ବାଇ ୧୫/୧୦: (ସଂକେତ ଟିଭି) ବଲିଉଡ୍‌ ଅଭିନେତା କିଙ୍ଗଖାନଙ୍କ ପୁଅ ଆର୍ୟନ ଶୁକ୍ରବାର ତାଙ୍କ ବାପା –ମାଆଙ୍କ ସହ ଭିଡିଓ କଲ୍‌ରେ କଥା ହୋଇଛନ୍ତି। କୋଭିଡ୍‌ -୧୯ ଗାଇଡଲାଇନ୍‌ ଅନୁସାରେ ଜେଲରେ ଥିବା ସମସ୍ତ କଏଦୀ ସପ୍ତାହକୁ ଦୁଇଥର ତାଙ୍କ ପରିବାର ସହ କଥା ହୋଇପାରିବେ। ଏଣୁ ଜେଲ୍‌ କର୍ତ୍ତୃପକ୍ଷ ଆର୍ୟନଙ୍କୁ ଏକ ଫୋନ ଯୋଗାଇ ଦେଇଥିଲେ।

କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଗିରଫ ହୋଇ ଆର୍ଥର ଜେଲ୍‌ରେ ରହିବା କିଛିଦିନ ବିତି ଗଲାଣି । ଏହାରି ମଧ୍ୟରେ ଶାହାରୁଖ ଓ ଗୌରୀ ତାଙ୍କ ସ୍ବାସ୍ଥ୍ୟ ବିଷୟରେ ଜେଲ୍‌ ଅଧିକାରୀଙ୍କ ଠାରୁ ପଚରାଉଚୁରା କରୁଛନ୍ତି । କିନ୍ତୁ ଏବେ ଖବର ଆସିଛି ଯେ ଆର୍ଯ୍ୟନ୍‌ ତାଙ୍କ ବାପା ଶାହାରୁଖ ଓ ମାଆ ଗୌରୀଙ୍କ ସହ ଭିଡିଓ କଲ୍‌ରେ କଥା କରା ଯାଇଛି। କାରଣ ଏହା ମହାମାରୀ କରୋନା ଯୋଗୁଁ ଏହି ନିୟମ କରା ଯାଇଛି । କଏଦୀଙ୍କ ସହ ସପ୍ତାହରେ ୨ ଥର ଭିଡିଓ କଲ୍‌ରେ ଘରର ସଦସ୍ୟଙ୍କ ସହ କଥା କରା ଯାଇପାରିବ । ଅନ୍ୟପଟେ ଜେଲ୍‌ରେ କଏଦୀମାନଙ୍କ ପାଇଁ ମୋବାଇଲ ଫୋନ୍ ଉପଲବ୍ଧ କରାଯାଇଛି। ଯାହା ମାଧ୍ୟମରେ ଭିଡିଓ କଲ୍‌ ହୋଇ ପାରିବେ। ଆର୍ଯ୍ୟନଙ୍କୁ ଆର୍ଥର ରୋଡ୍‌ ଜେଲ୍‌ରେ କଏଦୀ ନମ୍ବର ମଧ୍ୟ ଦିଆଯାଇଛି ।

ଅନ୍ୟପକ୍ଷେ ପୁଅ ଜେଲରେ ଥିବାରୁ ମା ଗୌରୀ ଖାନ୍‌ ଆର୍ୟନଙ୍କ ଶୁଭ ମନାସୀ ନବରାତ୍ରୀରେ ମାନସିକ ରଖିଛନ୍ତି। ତେବେ ଆର୍ୟନଙ୍କ ଜାମିନ ଆବେଦନ ଅକ୍ଟୋବର ୨୦ପର୍ଯ୍ୟନ୍ତ ସ୍ଥଗିତ ରହିଛି। ତାଙ୍କ ଓକିଲ ସତୀଶ ମାନସିନ୍ଦେ ଓ ଅମିତ ଦେଶାଇ ଜାମିନ ପାଇଁ ଚେଷ୍ଟା କରୁଛନ୍ତି।