ଅକ୍ଟୋବର ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ, ୨୧ରୁ ଏକାଦଶ

ଭୁବନେଶ୍ୱର ୧୫/୧୦: (ସଂକେତ ଟିଭି) ପୂଜା ପରେ ଖୋଲିବ ରାଜ୍ୟର ଅଷ୍ଟମ ଓ ଏକାଦଶ କ୍ଲାସ । ଅକ୍ଚୋବର ୨୧ରୁ ଖୋଲିବ ଯୁକ୍ତ ୨ ପ୍ରଥମ ବର୍ଷ କ୍ଲାସ୍ ଏବଂ ୨୫ରୁ ଅଷ୍ଟମ ଶ୍ରେଣୀ ପିଲାଙ୍କର ହେବ ଅଫଲାଇନ କ୍ଲାସ୍ । ଏନେଇ ଆଜି ସ୍ପଷ୍ଟ କରିଛନ୍ତି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ରାଜ୍ୟରେ କରୋନା ମାମଲାକୁ ଦୃଷ୍ଟିରେ ରଖି ଏଣିକି ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଏନେଇ ଆସନ୍ତାକାଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଡିଇଓଙ୍କ ସହ ଆଲୋଚନା କରିବେ ।

ସେପଟେ ପ୍ରଥମରୁ ସପ୍ତମ ଶ୍ରେଣୀ କ୍ଲାସ୍ କେବେ ଖୋଲିବ ସେନେଇ ପରବର୍ତୀ ବିଚାର କରି ନିଷ୍ପତି ନିଆଯିବ । ପୁରୁଣା ଗାଇଡ଼ ଲାଇନ ଅନୁସାରେ କ୍ଲାସ ଚାଲିବ । ଅଷ୍ଟମ ଶ୍ରେଣୀ ଏବଂ ଏକାଦଶ ଶ୍ରେଣୀର ପିଲାଙ୍କ ପାଇଁ ସରକାର ସ୍କୁଲ ଖୋଲିବେ ।

ନବମ, ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୨୧ ତାରିଖ ପର୍ଯ୍ୟନ୍ତ ଏହି ଛୁଟି ଘୋଷଣା ହୋଇଥିଲା । ତେବେ ଛୁଟି ପରେ ଅଷ୍ଟମ ଏବଂ ଏକାଦଶ ଶ୍ରେଣୀ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଅକ୍ଟୋବର ୨୧ରୁ ଏଦାଶ କ୍ଲାସ କରାଯିବାକୁ ଥିବାବେଳେ ୨୫ରୁ ଅଷ୍ଟମ ଶ୍ରେଣୀ କ୍ଲାସ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।