ଦୁର୍ଦ୍ଦାନ୍ତ ମାଓବାଦୀ ରାମକ୍ରିଷ୍ଣାଙ୍କର ମୃତ୍ୟୁ, ମୁଣ୍ଡ ଉପରେ ଥିଲା ୧ କୋଟି ଟଙ୍କାର ପୁରସ୍କାର ରାଶି

ମାଲକାନଗିରି ୧୫/୧୦: (ସଂକେତ ଟିଭି) କିଡ୍‌ନୀଜନିତ ରୋଗରେ ଦୁର୍ଦ୍ଦାନ୍ତ ମାଓବାଦୀ ରାମକ୍ରିଷ୍ଣା ଓରଫ ଅକ୍କିରାଜୁ ହରିଗୋପାଳଙ୍କର ଶୁକ୍ରବାର ମୃତ୍ୟୁ ହୋଇଛି। ସେ ଅନେକ ଦିନ ଧରି କିଡ୍‌ନୀଜନିତ ରୋଗରେ ଆକ୍ରାନ୍ତ ଥିଲେ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦକ୍ଷିଣ ବସ୍ତର ଜଙ୍ଗଲରେ ତାଙ୍କର ମୃତ୍ୟୁ ହୋଇଛି। ଏ ନେଇ ମାଓବାଦୀ ସଙ୍ଗଠନ ଏକ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।

ରାମକ୍ରିଷ୍ଣା ଆନ୍ଧ୍ର-ଓଡିଶା-ଝାଡଖଣ୍ଡ-ତେଲେଙ୍ଗାନା ଓ ଛତିଶଗଡ ପୋଲିସର ମୋଷ୍ଟ ୱାଣ୍ଟେଡ ମାଓ ନେତା ତଥା ମାଓ ସଂଗଠନର କେନ୍ଦ୍ରୀୟ କମିଟି ମୁଖ୍ୟ ଥିଲେ । ଏହା ସହିତ କେନ୍ଦ୍ରୀୟ ସିପିଆଇ ମାଓବାଦୀ ସଙ୍ଗଠନ କମିଟି ସଦସ୍ୟ ଥିଲେ। ଦୀର୍ଘ ଚାରି ଦଶନ୍ଧି ଧରି ସେ ମାଓ ସଂଗଠନରେ ସାମିଲ ଥିବା ବେଳେ ଆନ୍ଧ୍ର ଓଡିଶା ଛତିଶଗଡ ରାଜ୍ୟର ପ୍ରମୁଖ ମାଓବାଦୀ ହିଂସାର ସେ ମାଷ୍ଟର ମାଇଣ୍ଡ ଥିଲେ । ସେ ଅନେକ ବଡ଼ ବଡ଼ ମାଓବାଦୀ ହିଂସାରେ ସମ୍ପୃକ୍ତ ଥିଲେ। ତାଙ୍କ ନାମରେ ସରକାରଙ୍କ ତରଫରୁ ୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ଆର୍‌.କେ.ଙ୍କ ମୃତ୍ୟୁ ମାଓବାଦୀ ସଙ୍ଗଠନ ପାଇଁ ଏକ ବଡ ଝଟକା ବୋଲି କୁହାଯାଇପାରେ।