ଡିଜେଲ ଦର ବୃଦ୍ଧି ଯୋଗୁଁ ପୁଣି ବଢିଲା ଯାତ୍ରୀବାହୀ ବସ୍ ଭଡା

କଟକ ୧୫/୧୦: (ସଂକେତ ଟିଭି) ମହଙ୍ଗା ମାଡରେ ତ୍ରାହି ତ୍ରାହି ଡାକୁଛି ଜନତା । ଲଗାତର ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବା ପରେ ଏବେ ରାଜ୍ଯରେ ପୁଣିଥରେ ବସ୍ ଭଡ଼ା ବଢିଛି । ସାଧାରଣ ବସ୍ ଭଡ଼ା କିଲୋମିଟର ପିଛା ୩ ପଇସା ବଢ଼ିଥିବା ବେଳେ ଏକ୍ସପ୍ରେସ୍ ବସ୍ ଭଡ଼ା ୩ ପଇସା ବୃଦ୍ଧି ପାଇଛି । ସେହିଭଳି ଡିଲକ୍ସ ବସ୍ ଭଡ଼ା କିଲୋମିଟର ପିଛା ୬ ପଇସା, ଏସି ଡିଲକ୍ସ ବସ୍ ଭଡ଼ା ୬ ପଇସା ଓ ସୁପର ପ୍ରିମିୟମ୍ ବସ୍ ଭଡ଼ା ୯ ପଇସା ବୃଦ୍ଧି କରାଯାଇଛି ।

ପୂର୍ବରୁ ସାଧାରଣ ବସ୍ ଭଡ଼ା କିଲୋମିଟର ପିଛା ୮୯ ପଇସା ଥିଲା । ଏବେ ୯୨ ପଇସାକୁ ବୃଦ୍ଧି ପାଇଛି । ସେହିଭଳି ଏକ୍ସପ୍ରେସ୍ ବସ୍ ଭଡ଼ା ୯୩ ପଇସାରୁ ୯୬ ପଇସାକୁ ବଢ଼ିଛି । ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୨୯ ପଇସାରୁ ବୃଦ୍ଧି ପାଇ ୧ ଟଙ୍କା ୩୫ ପଇସା ହୋଇଛି । ଏସି ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୫୭ ପଇସାରୁ ବଢ଼ି ୧ ଟଙ୍କା ୬୩ ପଇସା, ସୁପର ପ୍ରିମିୟମ୍ ବସ୍ ଭଡ଼ା ୨ ଟଙ୍କା ୪୪ ପଇସାରୁ ବଢ଼ି ୨ ଟଙ୍କା ୫୩ ପଇସା ହୋଇଛି ।

ଅଟୋମେକାନିଜମ୍ ବ୍ୟବସ୍ଥା ମାଧ୍ୟମରେ ଏହି ଭଡା ବୃଦ୍ଧି କରାଯାଇଛି ବୋଲି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ବର୍ଦ୍ଦିତ ବସ୍ ଭଡା ସାଧାରଣଲୋକଙ୍କ ଉପରେ ପ୍ରଭାବ ପକାଇବ ।