ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ଜବତ ହେଲା ଦେଢ କିଲୋ ସୁନା, ମିଳିଲା ୨୪ଲକ୍ଷ ଟଙ୍କାର ନେକଲେସ୍

ଭୁବନେଶ୍ବର ୧୮।୧୦: (ସଂକେତ ଟିଭି) ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ କରି ୧ କିଲୋ ୪୪୦ ଗ୍ରାମର ସୁନା ଜବତ କରିଛି । ଏହା ସହିତ ୨୪ ଲକ୍ଷ ୨୫ ହଜାର ଟଙ୍କାର ନେକଲେସ୍ ମଧ୍ୟ ଜବତ ହୋଇଛି ।

ସୂଚନା ଅନୁସାରେ, ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗତକାଲି ଭିଜିଲାନ୍ସ ପ୍ରଦୀପ ପାଣିଗ୍ରାହୀଙ୍କ ଘର ସହ ସମ୍ପର୍କୀୟଙ୍କ ୧୫ଟି ସ୍ଥାନରେ ରେଡ୍ କରିଥିଲା । ଦୀର୍ଘ ୨୩ ଘଣ୍ଟା ଧରି ପ୍ରଦୀପଙ୍କ ଘରେ ରେଡ୍ ଚାଲିଥିଲା । ଚଢ଼ାଉ ବେଳେ କଟକ ଭିଜିଲାନ୍ସ ସବ୍ୟସାଚୀ ବ୍ରାଣ୍ଡର ୧୪୪୦ ଗ୍ରାମର ସୁନା ହାର ଜବତ ପ୍ରଦୀପଙ୍କ ଘରୁ ଜବତ କରିଛି । ଏହା ସହିତ ଏକ ହାର ଜବତ କରାଯାଇଛି । ଯାହାର ମୂଲ୍ୟ ୨୪.୨୫ ଲକ୍ଷ ଟଙ୍କା ହେବ ।

ତେବେ ପ୍ରଦୀପଙ୍କ ଘରୁ ମିଳିଥିବା ସମ୍ପତ୍ତିର ଦସ୍ତାବିଜକୁ ଭିଜିଲାନ୍ସର ଆର୍ଥିକ ବିଭାଗ ଚାର୍ଟାଡ ଆକାଉଣ୍ଟଙ୍କ ସହ ମିଶି ଯାଞ୍ଚ ଚଳାଇଛନ୍ତି । ସାଇବର ସେଲ୍ ଦ୍ବାରା ଇଲେକ୍ଟ୍ରୋନିକ ତଥ୍ୟର ମଧ୍ୟ ଯାଞ୍ଚ କରାଯାଉଛି। ପ୍ରତ୍ୟକ୍ଷଦର୍ଶୀ, ସନ୍ଦିଗ୍ଧ ଓ ଅଭିଯୁକ୍ତଙ୍କୁ ମଧ୍ୟ ସମୟାନୁକ୍ରମେ ଜେରା କରିବ ଭିଜିଲାନ୍ସ । ଏ ନେଇ ଏକ ପ୍ରେସ ରିଲିଜ ଯୋଗେ ଭିଜିଲାନ୍ସ ବିଭାଗ ସୂଚନା ଦେଇଛି।