ସାଇକେଲରୁ ଟାଣି ନେଇ ଯୁବକଙ୍କୁ ଆକ୍ରମଣ କଲେ ଦୁଇଟି ଭାଲୁ

ନୀଳଗିରି ୧୯/୧୦: (ସଂକେତ୍ ଟିଭି) ସାଇକେଲରେ ଯାଉଥିବା ଯୁବକଙ୍କୁ ଟାଣି ଆଣି ଗୁରୁତର ଭାବରେ ଆକ୍ରମଣ କଲେ ଦୁଇଟି ଭାଲୁ । ବାଲେଶ୍ବର ଜିଲ୍ଲା ନୀଳଗିରି ଅଂଚଳରେ ଘଟିଛି ଏଭଳି ଘଟଣା । ତାଙ୍କୁ ଗୁରୁତର ଅବସ୍ଥାରେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ନୀଳଗିରି ଥାନା ଅଧିନ ବାଲିଓରା ଗ୍ରାମର କରୁଣାକର ଜେନା(୫୫) ସୋମନାଥପୁର ଅଞ୍ଚଳରେ ଥିବା ଏକ ଏଜବେଷ୍ଟ କମ୍ପାନିରୁ କାମ କରି ସାଇକେଲରେ ଘରକୁ ଫେରୁଥିଲେ। ରାତ୍ର ୧୧ ଟା ପାଖାପାଖି ନିଶ୍ଚନ୍ତ୍ୱପୁର ଅଂଚଳରେ ଭାଲୁ ସହିତ ସାମ୍ନାସାମ୍ନି ହୋଇଥିଲେ । ସେଠାରେ ଥିବା ଦୁଇଟି ଭାଲୁଟି ତାଙ୍କୁ ସାଇକେଲରୁ ଟାଣି ପକାଇ ଆକ୍ରମଣ କରିଥିଲେ । ଫଳରେ ତାଙ୍କ ମୁଣ୍ଡ ସମେତ ଶରୀରରେ ବହୁତ ସ୍ଥାନ କ୍ଷତ ହୋଇଥିବା ଜଣାପଡିଛି।ତାଙ୍କୁ ଗୁରୁତର ଭାବେ ନୀଳଗିରି ହସ୍ପିଟାଲରେ ଭର୍ତି କରାଯାଇଛି।