‘ଜବ୍ ୱି ମେଟ୍’ର ସିକ୍ୱେଲରେ ନଜର ଆସିବେ କରିସ୍ମା କପୁର

ମୁମ୍ବାଇ (ସଂକେତ ଟିଭି) ବଲିଉଡ ଫିଲ୍ମ ‘ଜବ ୱି ମେଟ’ ବକ୍ସ ଅଫିସରେ ବହୁତ ସଫଳତା ସାଉଁଟିଥିଲା । ତେବେ ଦର୍ଶକଙ୍କ ପାଇଁ ଖୁସି ଖବର ,କାହିଁକି ନା ‘ଜବ୍ ୱି ମେଟ୍’ର ସିକ୍ୱେଲ୍ ତିଆରି ହେବାକୁ ଯାଉଛି । ଫିଲ୍ମରେ ଏଥର କରୀନାଙ୍କ ବଦଳରେ କରିସ୍ମା କପୁରଙ୍କୁ ଦେଖିବାକୁ ମିଳିବ । ତେବେ କରିସ୍ମା ଏହି ଖବର ସୋସିଆଲ ମିଡିଆରେ ନିଜେ ସୂଚନା ଜଣାଇଛନ୍ତି । ଏହା ସହିତ କରିସ୍ମା ବହୁତ ଦିନ ପରେ ବଡ଼ ପରଦାରେ ନଜର ଫେରୁଛନ୍ତି ।

ସୂଚନା ଅନୁଯାୟୀ ଫିଲ୍ମ ‘ଜବ ୱି ମେଟ’ର ସ୍ୱିକେଲ ପ୍ରସ୍ତୁତ ହେବାକୁ ଯାଉଛି । ଏହି ଫିଲ୍ମରେ ଅଭିନେତ୍ରୀ କରିସ୍ମା କପୁରଙ୍କୁ ଦେଖିବାକୁ ମିଳିବ । ଏନେଇ କରିସ୍ମା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ଜଣାଇଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଯେ କରିସ୍ମା ଡ୍ରେସିଂ ଟେବୁଲ ସାମ୍ନାରେ ବସିଛନ୍ତି ଏବଂ ଆଇନା ଦେଖି ଫୋନରେ କଥା ହେଉଛନ୍ତି । ତେବେ ଭିଡିଓରେ ଫୋନରେ ସେ ନିଜ ସାନ ଭଉଣୀ କରୀନା କପୁରଙ୍କ ସହିତ କଥା ହେଉଥିବାର ନଜର ଆସୁଛନ୍ତି ଏହା ସହଭିଡିଓରେ କରିସ୍ମା ଫିଲ୍ମ ‘ଜବ ୱି ମେଟ୍’ର ଟ୍ରେନରେ କରୀନା ପିନ୍ଧିଥିବା ହ୍ୱାଇଟ୍ ରଙ୍ଗର ଟି-ଶାର୍ଟ ପିନ୍ଧିଛନ୍ତି ।

ଭିଡିଓରେ ଦେଖିବାକୁ ମିଳିଛି ଯେ ଫୋନରେ କରୀନାଙ୍କୁ କରିସ୍ମା କହୁଛନ୍ତି ଯେ ‘ତୁମକୁ ବିଶ୍ୱାସ ହେବ ନାହିଁ, ମୁଁ ଜବ ୱି ମେଟ୍ କରିବାକୁ ଯାଉଛି । ଏହା ସହିତ ସେ କହିଛନ୍ତି ଯେ , ‘ଆଜିକାଲି ୯୦ ଦଶକର ଫିଲ୍ମ ଏତେ ଥ୍ରୋବ୍ୟାକ ହୋଇଯାଇଛି ଯେ ମୋତେ ସେହିଦିନର କଥା ଏବେ ମନେ ପଡୁଛି’। ଏବେ ସୋସିଆଲ ମିଡିଆରେ କରିସ୍ମା କପୁର ବହୁତ ଆକ୍ଟିଭ୍ ରହୁଥିବାବେଳେ ଦିନକୁ ଦିନ ତାଙ୍କ ଫ୍ୟାନ୍ସମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।