ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରି ଲୋକଙ୍କ ସହ ଘୃଣ୍ୟ ଉପହାସ କରୁଛି ସରକାର : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ ୨୧।୧୦ : (ସଂକେତ୍ ଟିଭି) କଂଗ୍ରେସର ପୂର୍ବତନ ସଭାପତି ତଥା ସାଂସଦ ରାହୁଲ ଗାନ୍ଧୀ ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ନେଇ କେନ୍ଦ୍ର ସରକାରକୁ ଟାର୍ଗେଟ କରିଛନ୍ତି । ଟ୍ୱିଟ୍ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ କେନ୍ଦ୍ର ସରକାର ଦେଶର ଲୋକଙ୍କ ସହ ଘୃଣ୍ୟ ଉପହାସ କରୁଛନ୍ତି। ରାହୁଲ ତାଙ୍କ ଟ୍ୱିଟରେ ଗ୍ରାଫିକ୍ସ ମାଧ୍ୟମରେ ଦର୍ଶାଇଛନ୍ତି ଯେ ଯେଉଁମାନେ କୋଟିପତି, ସେମାନେ ହିଁ ଦେଶରେ ପେଟ୍ରୋଲ ଏବଂ ଡିଜେଲ ବ୍ୟବହାର କରିପାରିବେ।

ରାହୁଲ ଗାନ୍ଧୀ କହିଛନ୍ତି, ଭାରତୀୟ ତୈଳ ନିଗମ ଅନୁଯାୟୀ ଜାତୀୟ ରାଜଧାନୀରେ ପେଟ୍ରୋଲ 35 ପଇସା ବୃଦ୍ଧି ପାଇ ଲିଟର ପିଛା 106.54 ଟଙ୍କାରେ ପହଞ୍ଚି ଥିବାବେଳେ ଡିଜେଲ ଲିଟର ପିଛା 95.27 ଟଙ୍କା ରେ ପହଞ୍ଚିଛି।