ପାକିସ୍ଥାନଠାରୁ ଗୋଟିଏ ଇଞ୍ଚ ଜମି ମଧ୍ଯ ଆଣିପାରିନାହିଁ ବିଜେପି ସରକାର : ଫାରୁକ ଅବଦୁଲ୍ଲା

ନୂଆଦିଲ୍ଲୀ ୨୧।୧୦ : (ସଂକେତ୍ ଟିଭି) ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନେସନାଲ କନଫେରେନ୍ସର ମୁଖ୍ୟ ଫାରୁକ୍ ଅବଦୁଲ୍ଲା ଜାମ୍ମୁ ଗସ୍ତରେ ଅଛନ୍ତି। ଏହି ସମୟରେ ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ବାଲାକୋଟ ଆକ୍ରମଣକୁ ନେଇ ଫାରୁକ୍ ଅବଦୁଲ୍ଲା କେନ୍ଦ୍ର ସରକାରଙ୍କ ବର୍ଷି ଥିବାବେଳେ ଉତ୍ତରପ୍ରଦେଶ ଜିତିବା ପାଇଁ ବିଜେପି ହିନ୍ଦୁ ମୁସଲିମ ମଧ୍ଯରେ ଘୃଣା ସୃଷ୍ଟି କରୁଛି ବୋଲି କହିଥିଲେ।

ଫାରୁକ୍ ଅବଦୁଲ୍ଲା କହିଛନ୍ତି, “ବାଲାକୋଟ! ବାଲାକୋଟ! ବୋଲି ବିଜେବି ବହୁତ କହୁଥିଲା । ପାକିସ୍ଥାନଠାରୁ ବିଜେପି ଗୋଟିଏ ଇଞ୍ଚ ଜମି ଭାରତକୁ ଆଣିପାରିଲା କି ? ନିୟନ୍ତ୍ରଣ ରେଖା ଯେଉଁଠାରେ ଥିଲା , ସେହିଠାରେ ହିଁ ରହିଛି । ଆମେ ସେଠାରେ ଆମର ବିମାନ ଗଳିପଡିଥିଲା । ଆମେ କ’ଣ ପାଇଲୁ? ବିଜେପି ପୁଣି କ୍ଷମତାକୁ ଆସିଲା। ବିଜେପି ଆଜି ମଧ୍ୟ ସମାନ କାର୍ଯ୍ୟ କରୁଛି। ୟୁପି ନିର୍ବାଚନ ଜିତିବା ପାଇଁ ଲୋକଙ୍କ ମଧ୍ଯରେ ଘୃଣା ଭାବ ସୃଷ୍ଟି କରୁଛି । “

ସୂଚନା ଅନୁସାରେ, ବାଲାକୋଟ ଏୟାର ଷ୍ଟ୍ରାଇକ୍ 26 ଫେବୃଆରୀ 2019 ରେ କରାଯାଇଥିଲା। ଭାରତୀୟ ବାୟୁସେନା ପାକିସ୍ତାନର ନିୟନ୍ତ୍ରଣ ରେଖା ଅତିକ୍ରମ କରି ବାଲାକୋଟରେ ଏୟାର ଷ୍ଟ୍ରାଇକ୍ କରିଥିଲା। ଜାମ୍ମୁ କାଶ୍ମୀରର ପୁଲୱାମାରେ ସିଆରପିଏଫ କ୍ଯାମ୍ପ ଉପରେ ଆତ୍ମଘାତୀ ଆକ୍ରମଣର ଭାରତ ପ୍ରତିଶୋଧ ନେଇଛି ବୋଲି କୁହାଯାଇଥିଲା । ଲୋକସଭା ନିର୍ବାଚନ ପୂର୍ବରୁ ବାଲାକୋଟ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା, ଯେଉଁ କାରଣରୁ ରାଜନୀତି ସରଗରମ ହୋଇଥିଲା ଏବଂ ବିରୋଧୀ ଦଳ ଏହି ଏୟାର ଷ୍ଟ୍ରାଇକ୍ ଉପରେ ସରକାରଙ୍କୁ ଘେରିଥିଲେ।

ସେପଟେ ଗତ କିଛି ଦିନ ହେବ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ହମଲା ବୃଦ୍ଧି ପାଇଛି। ଆତଙ୍କବାଦୀମାନେ ବର୍ତ୍ତମାନ ଅଣ କାଶ୍ମୀରୀ ଲୋକଙ୍କୁ ଟାର୍ଗେଟ କରୁଛନ୍ତି। କାଶ୍ମୀରର ଖରାପ ସ୍ଥିତି ନେଇ ବିରୋଧୀମାନେ ଲଗାତାର ସରକାରକୁ ସମାଲୋଚନା କରୁଛନ୍ତି। ଜାମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ କରିବା ପାଇଁ କଂଗ୍ରେସ ଦାବି କରିଛି।