ଜୁଆ ଆଡ୍ଡା ଉପରେ ଚଢାଉ, ୩୧ ଜଣ ଜୁଆଡି ଗିରଫ

ମାଲକାନଗିରି ୨୧।୧୦ : (ସଂକେତ୍ ଟିଭି) ମାଲକାନଗିରି ଓରକେଲ ପୋଲିସ ତିନୋଟି ଜୁଆ ଆଡ୍ଡା ଉପରେ ଚଢାଉ କରି ୩୧ ଜଣ ଜୁଆଡିକୁ ଗିରଫ କରିଥିବାବେଳେ ସେମାନଙ୍କଠାରୁ ୨ଲକ୍ଷ ୩୨ ହଜାର ଟଙ୍କା ଜବତ କରିଛି । ଏହା ସହିତ ୧୯ ଟି ମୋବାଇଲ ଫୋନ ମଧ୍ଯ ଜବତ କରିଛି । କୁମାର ପର୍ଣ୍ଣିମା ଅବସରରେ ଗଳି ଗଳିରେ ଜୁଆ ଖେଳ ଚାଲିଥିବା ଖବର ପାଇ ପୋଲିସ ତିନୋଟି ଜୁଆ ଆଡ୍ଡା ଉପରେ ଚଢାଉ କରିଥିଲା ।