ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲା : ଅଭିନେତ୍ରୀ ଅନନ୍ୟା ପଣ୍ଡେଙ୍କ ଘରେ ଚଢାଉ କଲା ଏନସିବି

ମୁମ୍ବାଇ ୨୧।୧୦ : (ସଂକେତ୍ ଟିଭି) ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆରୟନଙ୍କ ପରେ ଏବେ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ରେଡ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)। ଏହା ସହିତ ଏନସିବି ଅନନ୍ୟାଙ୍କୁ ସମନ ପଠାଇଛି । ଆଜି ଦିନ ୨ଟା‌ରେ ପଚରାଉଚରା ପାଇଁ ଏନସିବି କାର୍ଯ୍ଯାଳୟରେ ହାଜର ହେବାକୁ କୁହାଯାଇଥିଲା। ଅନନ୍ୟା ତାଙ୍କ ବାପା ଚଙ୍କି ପାଣ୍ଡେଙ୍କ ସହିତ ଏନସିବି ଅଫିସରେ ପହଞ୍ଚିଥିବାବେଳେ ତାଙ୍କୁ ପଚରାଉଚରା ଜାରି ରହିଛି ।

ଏନସିବି ଟିମ୍ ଅନନ୍ୟାଙ୍କ ଘରୁ ଫୋନ୍, ଲାପଟପ୍ ଏବଂ ଇଲେକ୍ଟ୍ରୋନିକ୍ ଉପକରଣ ଜବତ କରିଛି। ଏନସିବି ଏହି ଜିନିଷଗୁଡ଼ିକୁ ସାଙ୍ଗରେ ନେଇଛି।

ଅନନ୍ୟା ହେଉଛନ୍ତି ବଲିଉଡ୍ ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ। ସେ ୨୦୧୯ ମସିହାରେ ‘ଷ୍ଟୁଡେଣ୍ଟ୍ ଅଫ୍ ଦି ଇୟର-୨’ ଜରିଆରେ ବଲିଉଡରେ ପ୍ରବେଶ କରିଥିଲେ। ଏନସିବି ବର୍ତ୍ତମାନ ଚଙ୍କି ପାଣ୍ଡେଙ୍କ ଖାର ୱେଷ୍ଟସ୍ଥିତ ବାସଭବନରେ ପହଞ୍ଚି ଖୋଳତାଡ଼ କରିଛି। ଉଲ୍ଲେଖଯୋଗ୍ୟ, ଅନନ୍ୟାଙ୍କ ମୋବାଇଲ୍ ଫୋନ୍ ଏନସିବି ଆଗରୁ ଜବତ କରିନେଇଛି।

ଅନ୍ୟପଟେ ଏନସିବି ଟିମ୍‌ ମଧ୍ୟ ଶାହାରୁଖଙ୍କ ଘରେ ଚଢାଉ କରିଛନ୍ତି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଟିମ୍ ଶାହାରୁଖଙ୍କ ଘର ‘ମନ୍ନତ୍‌’ରେ ପହଞ୍ଚିଛି। ଗୁରୁବାର ସକାଳେ ଶାହାରୁଖ ତାଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଜେଲରେ ଭେଟିଥିଲେ।

ଏନସିବି ଆର୍ଯ୍ୟନ ଏବଂ ଜଣେ ଜଣାଶୁଣା ବଲିଉଡ ଅଭିନେତ୍ରୀଙ୍କ ସହ ଚାଟ୍ କରିଛନ୍ତି। ଚାଟ୍‌ରେ ଡ୍ରଗ୍ସ କାରବାର ବିଷୟରେ ଆଲୋଚନା ହୋଇଥିଲା। ଏହି ଚାଟ୍କୁ ଆଧାର କରି ଏନସିବି ଆର୍ଯ୍ୟନଙ୍କ ସମେତ ବାକି ଅଭିଯୁକ୍ତ