ଫୋନ ପେ’ରେ ସମସ୍ତ ପେମେଣ୍ଟ୍ ସମ୍ପୂର୍ଣ୍ଣ ମାଗଣା

ମୁମ୍ବାଇ ୨୭।୧୦: (ସଂକେତ ଟିଭି) ଭାରତର ଅଗ୍ରଣୀ ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ, ଫୋନ ପେ’ ସ୍ପଷ୍ଟ କରି କହିଛି ଯେ ଏହି ଆପରେ ଥିବା ସମସ୍ତ ମନି ଟ୍ରାନ୍ସଫର, ଅଫ ଲାଇନ ଏବଂ ଅନ ଲାଇନ ପେମେଣ୍ଟ (ୟୁପିଆଇ, ୱାଲେଟ, କ୍ରେଡିଟ ଏବଂ ଡେବିଟ କାର୍ଡରେ) ମାଗଣା ଅଟେ ।

ଏଗୁଡ଼ିକ ସମସ୍ତ ଉପଭୋକ୍ତାଙ୍କ ପାଇଁ ମାଗଣା ରହିବ ବୋଲି କମ୍ପାନୀ ସ୍ପଷ୍ଟ କରିଛି । ଫୋନପେ ଏହି ନେଣଦେଣଗୁଡ଼ିକ ପାଇଁ କୌଣସି ଦେୟ ଆଦାୟ କରେ ନାହିଁ ଏବଂ ଏଭଳି ଭବତଷ୍ୟତରେ ମଧ୍ୟ କରିବ ନାହିଁ । ମୋବାଇଲ ରିଚାର୍ଜ ପାଇଁ ଫୋନ୍ ପେ’ଏକ ପ୍ରୟୋଗ କରୁଛି ଯେଉଁଥିରେ ଏକ ଛୋଟ ବିଭାଗର ଉପଭୋକ୍ତାଙ୍କ ଠାରୁ ୫୧-୧୦୦ଟଙ୍କାର ରିଚାର୍ଜ ପାଇଁ ୧ଟଙ୍କା ଏବଂ ୧୦୦ଟଙ୍କାରୁ ଅଧିକର ରିଚାର୍ଜ ପାଇଁ ୨ଟଙ୍କାର ଏକ
ପ୍ରୋସେସିଙ୍ଗ ଫି ନିଆଯାଉଛି । ଏହି ଦେୟ ସମସ୍ତ ପେମେଂଟ ମାଧ୍ୟମ (ୟୁପିଆଇ, ୱାଲେଟ, କ୍ରେଡିଟ ଏବଂ ଡେବିଟ କାର୍ଡ)ର ବ୍ୟବହାର କରୁଥିବା ଉପଭୋକ୍ତାଙ୍କ ପାଇଁ ପ୍ରଯୁଜ୍ୟ ରହିଛି । ୫୦ଟଙ୍କାରୁ କମ୍ ମୂଲ୍ୟର ରିଚାର୍ଜ ସମ୍ପୂର୍ଣ୍ଣ ମାଗଣା ଅଟେ । ବିଲ ପେମେଣ୍ଟ ପାଇଁ ଫୋନ ପେ’ କ୍ରେଡିଟ କାର୍ଡ ଦ୍ୱାରା କରାଯାଉଥିବା ପେମେଣ୍ଟ ଉପରେ ଏକ ଶୁଳ୍କ ଆଦାୟ କରିଥାଏ ଏବଂ ବର୍ତ୍ତମାନ ଏହା ଏକ ଉଦ୍ୟୋଗ ମାନଦଣ୍ଡ ଅଟେ, ଯାହାକି ଅନେକ ପେମେଂଟ ପ୍ଲାଟଫର୍ମ ଓ ବିଲର ପ୍ଲାଟଫର୍ମ ପାଇଁ ସାଧାରଣ ଅଟେ ।