ଟ୍ବିଟରରେ ସାମ୍ନାସାମ୍ନି: ପାକିସ୍ଥାନୀ ବୋଲରକୁ ମୁହଁତୋଡ୍ ଜବାବ୍ ଦେଲେ ହରଭଜନ ସିଂ

ନୂଆଦିଲ୍ଲୀ ୨୭।୧୦: (ସଂକେତ ଟିଭି) ଟି-20 ବିଶ୍ବକପ୍ କ୍ରିକେଟରେ ପାକିସ୍ଥାନଠାରୁ ଭାରତର ପରାଜୟ ପରେ ଟିମ୍ ଇଣ୍ଡିଆର ପୂର୍ବତନ ବୋଲର ହରଭଜନ ସିଂ ଏବଂ ପାକିସ୍ତାନର ପୂର୍ବତନ ପେସର୍ ମହମ୍ମଦ ଆମୀର ସୋସିଆଲ ମିଡିଆରେ ସାମ୍ନାସାମ୍ନି ହୋଇଛନ୍ତି ।

ଏତେ ଏହାର ଆରମ୍ଭ ଆମୀରଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ଗୋଟିଏ ଭିଡିଓରୁ ଆରମ୍ଭ ହୋଇଥିଲା । ଆମୀର 2006ରେ ଅନୁଷ୍ଟିତ ଫୈସଲାବାଦ ଟେଷ୍ଟ ମ୍ୟାଚର ଏକ ଭିଡିଓ ଟ୍ୱିଟରରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ସହିଦ ଆଫ୍ରିଦି ହରଭଜନଙ୍କ ଚାରି ବଲରେ କ୍ରମାଗତ ଚାରି ଛକା ମାରିଥିଲେ।

ହରଭଜନଙ୍କୁ ଟ୍ୟାଗ୍ କରି ଆମୀର ଲେଖିଛନ୍ତି ଯେ ମୁଁ ତୁମର ବୋଲିଂ ଦେଖୁଥିଲି, ଯେତେବେଳେ ଲାଲା (ସହିଦ ଆଫ୍ରିଦି) ଚାରିଟି ବଲରେ ତୁମର ଚାରି ଛକା ମାରିଥିଲେ । ହେଲେ ଦିନିକିଆ କ୍ରିକେଟ୍ ରେ ସେପରି ହୁଏ । କିନ୍ତୁ ଟେଷ୍ଟ କ୍ରିକେଟ୍ ରେ ଏହା ଟିକିଏ ଅଧିକ ହୋଇଯାଇଛି।

ସେପଟେ ହରଭଜନ ଆମୀରଙ୍କ ଟ୍ୱିଟକୁ ଉତ୍ତର ଦେଇ ତାଙ୍କୁ 2010 ଲର୍ଡସ ଟେଷ୍ଟ ମ୍ଯାଚକୁ ମନେପକାଇଛନ୍ତି । ଏହି ଟେଷ୍ଟ ମ୍ୟାଚରେ ଆମୀର ଏବଂ ତାଙ୍କ ସହଯୋଗୀ ବୋଲର ମହମ୍ମଦ ଆସିଫ ସ୍ପଟ୍ ଫିକ୍ସିଂ କରୁଥିବା ଅଭିଯୋଗ ହୋଇଥିଲା। ତଦନ୍ତ ପରେ ଆମୀର ଓ ଆସିଫଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା ଏବଂ ତାଙ୍କ ଖେଳ ଉପରେ ବ୍ଯାନ ଲଗାଯାଇଥିଲା

ହରଭଜନ ତାଙ୍କ ଟ୍ବିଟରେ ଲେଖିଲେ ଯେ ଲର୍ଡସରେ ନୋ-ବଲ୍ କେମିତି ହୋଇଗଲା । କିଏ ନେଲା ଓ କେତେ ନେଲା? ଟେଷ୍ଟ କ୍ରିକେଟ୍ ରେ ନୋ-ବଲ୍ କେମିତି ହୋଇଗଲା । ଏହି ସୁନ୍ଦର ଖେଳକୁ ବଦନାମ କରିବା ପାଇଁ ତୁମ ଏବଂ ତୁମର ଅନ୍ୟ ସହଯୋଗୀଙ୍କ ପାଇଁ ଆମେ ଲଜ୍ଜା ଅନୁଭବ କରୁଛୁ ।

ହରଭଜନ ସିଂ ଏଠାରେ ଅଟକି ନଥିଲେ। ସେ ଆମୀରଙ୍କୁ 2010 ଏସିଆ କପ୍ ମ୍ୟାଚ୍ ବିଷୟରେ ମଧ୍ୟ ମନେ ପକାଇଥିଲେ, ଯେଉଁଥିରେ ଆମୀରଙ୍କ ବଲରେ ସେ ଛକା ମାରିଥିଲେ। ହରଭଜନ ଲେଖିଛନ୍ତି ଯେ ବର୍ତ୍ତମାନ ତୁମେ କହି ପାରିବ ଯେ ଏହି ଛକା ପରେ ବଲ୍ ଟି ତୁମ ଘରର ଟିଭି ଉପରେ ପଡିଥିଲା କି ନାହିଁ । କିଛି ନାହିଁ , ଏପରି ହୁଏ …. ଏହା କ୍ରିକେଟ ଖେଳ ।

ହରଭଜନଙ୍କ ଏହି ଟ୍ୱିଟରେ ଆମୀର ଉତ୍ତର ରଖିଛନ୍ତି । ଏବଂ କହିଛନ୍ତି ଯେ ଗୋଟିଏ କଥା ପଚାରିବାର ଥିଲା ହରଭଜନ ସିଂ ତାଙ୍କ ଟିଭି ଭାଙ୍ଗିଛନ୍ତି କି ନାହିଁ।