FeaturedLatest

ଦୀପାବଳୀରେ ଫୁଟିବ ବାଣ, ହାଇକୋର୍ଟ ଦେଲେ ଅନୁମତି

କଟକ, ୦୧/୧୧ : (ସଂକେତ ଟିଭି) ଏଥର ଦୀପାବଳୀରେ ଫୁଟିବ ଗ୍ରୀନ କ୍ରାକର୍ । ବାଣ ଫୁଟାଇବା ନେଇ ହାଇକୋର୍ଟ ଅନୁମତି ଦେଇଛନ୍ତି । କେବଳ ଗ୍ରୀନ୍ କ୍ରାକର୍ ଫୁଟାଇବାକୁ ଅନୁମତି ଦିଆଯାଇଛି । ପିଇଏସଓ ଅନୁମତିପ୍ରାପ୍ତ କ୍ରାକର୍ ଫୁଟାଇ ହେବ ବୋଲି ହାଇକୋର୍ଟ କହିଛନ୍ତି । ପିଇଏସଓ ଅର୍ଥାତ୍ ପେଟ୍ରୋଲିୟମ୍ ଆଣ୍ଡ ଏକ୍ସପ୍ଲୋସିଭ୍ ସେଫ୍ଟି ଅର୍ଗାନାଇଜେସନ୍ ପକ୍ଷରୁ ଅନୁମତିପ୍ରାପ୍ତ ଗ୍ରୀନ୍ କ୍ରାକର୍ ହିଁ ଫୁଟାଇପାରିବେ ।

ଅଲ୍ ଓଡ଼ିଶା ଫାୟାର୍ ଡିଲର୍ ଆସୋସିଏସନ୍ ଅନୁମତି ମାଗିଥିଲା । ତାଙ୍କ ଆବେଦନକୁ କୋର୍ଟ ମଞ୍ଜୁରୀ ପ୍ରଦାନ କରିଛନ୍ତି । ତେବେ ନିର୍ଦ୍ଧିଷ୍ଟ ସର୍ତ୍ତ ଆଧାରରେ ଗ୍ରୀନ୍ କ୍ରାକର ବିକ୍ରି ହୋଇପାରିବ । କେବଳ ରାତି ୮ ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବାଣ ଫୁଟି ପାରିବ । ବଜାରରେ କେବଳ ଗ୍ରୀନ୍ କ୍ରାକର ବିକ୍ରି ହେବା ଦାୟିତ୍ବ ରାଜ୍ୟ ସରକାରଙ୍କର । ଗ୍ରୀନ୍ କ୍ରାକର ବ୍ୟତୀତ ଅନ୍ୟ ବାଣ ବିକ୍ରି ହୋଇପାରିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଦେଶ ଉଲଂଘନ ହେଲେ ସ୍ଥାନୀୟ ପୋଲିସ ପଦକ୍ଷେପ ନେଇପାରିବ ।

ତେବେ ଗ୍ରୀନ କ୍ରେକର କଣ ଆସନ୍ତୁ ଜାଣିବା । ଯେଉଁ ବାଣ କମ୍ ବିପଦପୁର୍ଣ୍ଣ ଏବଂ କମ୍ ରାସାୟନିକ ପଦାର୍ଥ ବ୍ଯବହାର ହୋଇଥାଏ ତାକୁ ଗ୍ରୀନ କ୍ରେକର ବୋଲି କୁହାଯାଇଥାଏ । ଏହା ଦ୍ବାରା ହାନିକାରକ ଧୁଆଁ ମଧ୍ଯ ବାହାରିନଥାଏ । ହାନିକାରକ ନାଇଟ୍ରୋସ ଅକ୍ସାଇଟ ଏବଂ ସଲଫର ଅକ୍ସାଇଟର ବ୍ଯବହାର କମ୍ ପରିମାଣର ହୋଇଥାଏ । ଏହା ସିଏସଆଇଆର ର ନେସନାଲ ଇଞ୍ଜିନିୟରିଂ ରିସର୍ଚ ଇନଷ୍ଟିଚ୍ୟୁଟ୍ ଦ୍ବାରା ବିକଶିତ କରାଯାଇଥିବାବେଳେ ପେଟ୍ରୋଲିୟମ ଆଣ୍ଡ ଏକ୍ସପ୍ଲୋଜିଭସ୍ ସେଫଟି ଅର୍ଗାନାଇଜେସନ ( ପିଇଏସଓ) ଦ୍ବାରା ଅନୁମୋଦନ ପ୍ରାପ୍ତ ।