ଯୁବକଙ୍କୁ ଗୁଳି କରି ଭୁଜାଲିରେ ହତ୍ଯା ମାମଲାରେ ଜଣେ ମହିଳାଙ୍କ ସମେତ ୫ ଗିରଫ

ବାଲେଶ୍ବର ୦୩।୧୧: (ସଂକେତ ଟିଭି) ଗତ ରବିବାର ଦିନ ସ୍ବଷ୍ଟ ଦିବାଲୋକରେ ବିଚ୍ ରାସ୍ତା ଉପରେ ଯୁବକଙ୍କୁ ଗୁଳିମାରିବା ପରେ ଗୋଟାଇ ଗୋଡ଼ାଇ ଭୁଜାଲିରେ ହାଣି ହତ୍ଯା କରିବା ଘଟଣାରେ ବାଲେଶ୍ବର ସଦର ଥାନା ପୋଲିସ ଜଣେ ମହିଳାଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ।

ଗିରଫ ଅଭିଯୁକ୍ତମାନେ ହେଲେ ଖାନନଗରର ଅଜୟ ନାୟକ (26), ତେଲେଙ୍ଗାସାହିର ବାବୁଆ ଓରଫ ଯୁଗଲକିଶୋର ଭାରତି (27), ବାଙ୍କତିରା ଗାଁର ସପନ ଦାସ (31), କୁରୁଡାର ଗେଲ୍ହି ଓରଫ ଇନ୍ଦୁବାଲା ସେଠୀ (32) ଏବଂ ତେଲେଙ୍ଗାସାହିର ସରୋଜ କୁମାର ଦେ (32)।

ସେମାନଙ୍କଠାରୁ ଦୁଇଟି ତେଲେଙ୍ଗା କଟୁରୀ, ଗୋଟିଏ ଛୁରୀ, ଛଅଟି ମୋବାଇଲ ଫୋନ୍ ଏବଂ ଗୋଟିଏ ମୋଟରସାଇକେଲ ଜବତ କରାଯାଇଛି । ତେବେ ହତ୍ଯା କାଣ୍ଡର କାରଣ ସଂପର୍କରେ ପୋଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

ସୂଚନା ଅନୁସାରେ ବାଲେଶ୍ଵର ସଦର ଥାନା ଅନ୍ତର୍ଗତ କୁରୁଡ଼ା ଛକରେ ଜଗନ୍ନାଥପାଟଣା ଗାଁର ବିନୋଦ ବିହାରୀ ଦାସ ନାମକ ଜଣେ ଯୁବକକୁ ଗତ ରବିବାର ଦିନ ସକାଳ ପ୍ରାୟ ୯ଟା ୧୫ ମିନିଟରେ ବେଳେ ହତ୍ଯା କରାଯାଇଥିଲା । ବିନୋଦ ବାଇକ୍‌ରେ କେଉଁଆଡ଼େ ଯାଉଥିବା ବେଳେ କୁରୁଡ଼ା ଛକରେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କ ମୁଣ୍ଡକୁ ଗୁଳି କରି ଥିଲେ। ଗୁଳିମାଡ଼ ପରେ ତଳେ ପଡ଼ିଯାଇଥିବା ବିନୋଦଙ୍କୁ ସେମାନେ ଭୁଜାଲିରେ ଆକ୍ରମଣ କରିଥିଲେ। ସେମାନେ ତାଙ୍କ ବେକକୁ ଭୁଜାଲିରେ ହାଣି ଦେଇଥିଲେ। ଏଥିରେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ଯୁ ଘଟିଥିଲା ।