ବଢ଼ିଲା ସର୍ବନିମ୍ନ ଫ୍ୟାମିଲି ପେନସନ୍

ନୂଆଦିଲ୍ଲୀ ୦୩।୧୧: (ସଂକେତ ଟିଭି) ଫ୍ୟାମିଲି ପେନ୍ସନ୍ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସମୀକ୍ଷା କରାଯାଇ ସର୍ବନିମ୍ନ ପେନସନ ବୃଦ୍ଧି କରାଯାଇଛି । ବାପା-ମା ଅନ୍ତେ ସେମାନଙ୍କ ପିଲାଙ୍କୁ ଦିଆଯାଉ ଥିବା ଏହି ପେନସନ ସ୍କିମର ୨ଟି କ୍ଷେତ୍ରରେ ସଂଶୋଧନ କରାଯାଇଛି ।

ସପ୍ତମବେତନ କମିଶନ ଅନୁଯାୟୀ ମାସିକ ସର୍ବାଧିକ ଦରମା ୨,୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ପେନସନ ସଂଶୋଧିତ ହୋଇଛି । ପେନସନ ୱେଲଫେୟାର ଡିାର୍ଟମେଣ୍ଟ ଅନୁଯାୟୀ ଅଭିଭାବକ ଅନ୍ତେ ପିଲାକୁ ୫୦ ପ୍ରତିଶତ ପେନସନ ମିଳିବ । ସେହିପରି ଅର୍ଡିନାରି ଫ୍ୟମିଲି ପେନସନ୍ ୩୦ ପ୍ରତିଶତ ବୃଦ୍ଧି କରାଯାଇଛି । ୮/୦୨/୨୦୨୧ ଠାରୁ ଏହି ନୂଆ ପେନସନ୍ ଲାଗୁ ହେବ ବୋଲି କୁହାଯାଇଛି ।

ପ୍ରତିରକ୍ଷା ବିଭାଗରେ କାମ କରୁଥିବା କର୍ମଚାରୀଙ୍କ ପରିବାର ପାଇଁ ଏହି ଆର୍ଥିକ ସହାୟତା ବେଶ ସହାୟକ ହେବ ବୋଲି କୁହାଯାଇଛି । ଗତ ସେପ୍ଟେଟମ୍ବରରେ ପ୍ରତିରକ୍ଷା କ୍ଷେତ୍ରରେ ଫ୍ୟାମିଲି ପେନସନ୍ ବୃଦ୍ଧି ନେଇ ନିଷ୍ପତ୍ତି ନିଆଯାଇଥିଲା । ବିଶେଷ କରି ପରିବାରର ଭିନ୍ନକ୍ଷମ ସଦସ୍ୟ ଏହି ପେନସନ୍ ପାଇବା ପାଇଁ ଯୋଗ୍ୟ ବିବେଚିତ ବୋଲି ସରକାରୀ ନିୟମ ରହିଛି । ତେବେ ହିତାଧିକାରୀଙ୍କ ବାର୍ଷିକ ଆୟ ୯୦୦୦ ଟଙ୍କାରୁ ଅଧିକ ହୋଇ ନଥିବ ।