ଫିଲ୍ମ ଫେୟାର ଏଓ୍ବାର୍ଡ ବିଜେତା ଉର୍ବଶୀ ରଉତେଲାଙ୍କ ଗାଉନର ଦାମ୍ ୫୦ ଲକ୍ଷ ଟଙ୍କା

ମୁମ୍ବାଇ : (ସଂକେତ ଟିଭି) ବଲିଉଡର ମୋଷ୍ଟ ଷ୍ଟାଇଲିଷ୍ଟ ଆଇକନ୍ ଉର୍ବଶୀ ରଉତେଲା । ପ୍ରାୟତଃ ସର୍ବଦା ସେ ନିଜ ଫ୍ୟାଶନ୍କୁ ନେଇ ରହୁନ୍ତି ଲାଇମ୍ ଲଇଟ । ତାଙ୍କ ଡ୍ରେସିଂ ସେନ୍ସ ଏବଂ ମେକ୍ଅପ୍ ଷ୍ଟାଇଲ୍ କରେ ସମସ୍ତଙ୍କୁ ଆକର୍ଷଣ । ଏଥର ମଧ୍ୟ ସେ କିଛି ଏଭଳି ଯାଦୁ ଦେଖାଇଛନ୍ତି । ତାଙ୍କ ଦାମୀ ଗାଉନ୍ ଉଡାଇ ଦେଇଛି ସମସ୍ତଙ୍କ ହୋସ୍ ।

ନିକଟରେ ଆୟୋଜିତ ହୋଇଥିବା ଫିଲ୍ମ ଫେୟାର ସମାରୋହରେ ଯୋଗ ଦେଇଥିଲେ ଉର୍ବଶୀ । ଏଠାରେ ତାଙ୍କୁ ତାଙ୍କ ଗୀତ ‘ଭର୍ସାଚେ ବେବି’ ପାଇଁ ‘ଇଣ୍ଟରନ୍ୟାସନାଲ ଆଇକନ୍ ଅଫ୍ ଦ ଇୟର’ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଉର୍ବଶୀ ଏକ ନୀଳ ରଙ୍ଗର ଅଫ୍ ସୋଲଡର ଗାଉନ୍ ପିନ୍ଧିଥିଲେ । ଏହି ଗାଉନର ଦାମ୍ ଥିଲା ୫୦ ଲକ୍ଷ ଟଙ୍କା । ଏହାକୁ ଡିଜାଇନ୍ କରିଛନ୍ତି ପ୍ରସିଦ୍ଧ ଡିଜାଇନର ମାଇକଲ ସିଙ୍କୋ । ଏହି ଫିଲ୍ମ ଫେୟାର ଉତ୍ସବରେ ଉର୍ବଶୀଙ୍କ ଏହି ଦାମୀ ଗାଉନ୍ ସମସ୍ତଙ୍କୁ ଆଟ୍ରାକ୍ଟ କରିଥିଲା । ଯିଏ ଦେଖୁଥିଲା ଘଡିଏ ତାଙ୍କୁ ଚାହୁଁଥିଲା । ସେ ପାଲଟି ଯାଇଥିଲେ ସେଣ୍ଟର ଅଫ୍ ଆଟ୍ରାକ୍ସନ ।

ଆୱାର୍ଡ ମିଳିବା ପରେ ଉର୍ବଶୀ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ନୀଳ ରଙ୍ଗର ଏହି ଗାଉନ୍ ପିନ୍ଧି ସେ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି । କ୍ୟାପସନରେ ଫିଲ୍ମ ଫେୟାର ଇଣ୍ଟରନ୍ୟାସନାଲ ଆଇକନ୍ ଅଫ୍ ଦି ଇୟର-୨୦୨୧କୁ ସେ ଧନ୍ୟବାଦ ଜଣାଇଛନ୍ତି । ସୂଚନା ମୁତାବକ, ଉର୍ବଶୀ ଖୁବଶୀଘ୍ର ସାଉଥ ଇଣ୍ଡଷ୍ଟ୍ରିରେ ପାଦ ରଖିବାକୁ ଯାଉଛନ୍ତି । ସେ ବିଗ୍ ବଜେଟ୍ ତାମିଲ ଫିଲ୍ମରୁ ଡେବ୍ୟୁ କରିବେ । ଏହି ଫିଲ୍ମରେ ତାଙ୍କୁ ମାଇକ୍ରୋବାୟୋଲଜିଷ୍ଟ ଭୂମିକାରେ ଦେଖିବାକୁ ମିଳିବ । ଏଥିସହ ଉର୍ବଶୀ ଜିଓ ଷ୍ଟୁଡିଓର ଏକ ୱେବସିରଜ ‘ଇନ୍ସପେକ୍ଟର ଅଭିନାଶ’ ରେ ମଧ୍ୟ ନଜର ଆସିବେ । ଏଥିରେ ସେ ରଣବୀର ହୁଡାଙ୍କ ସହ ମୁଖ୍ୟ ଭୂମିକା ଅଛନ୍ତି ।