୯ଟି ଚୋରା ବାଇକ୍ ଜବତ, ଜଣେ ଗିରଫ

ସୋର ୦୩।୧୧: (ସଂକେତ ଟିଭି) ଜଣେ ବାଇକ୍ ଚୋର କୁ ଧରିବା ସହ ୯ଟି ବାଇକ୍ କୁ ଜବତ କଲା ବାଲେଶ୍ବର ଜିଲ୍ଲା ସୋର ପୋଲିସ୍ । ତାକୁ କୋର୍ଟ ଚାଲାଣ କରାଯାଇଛି ।

ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ ଦିନକୁ ଦିନ ଚୋରି, ଡକାୟତ, କ୍ରାଇମ୍ ବଢିବା ରେ ଲାଗିଛି । ଯାହା ପୋଲିସ୍ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଗତ କିଛି ଦିନ ତଳେ ସୋର ପୌରପାଳିକା ଲିଙ୍ଗପଡା ଅଞ୍ଚଳର ଜଣେ ବ୍ୟକ୍ତିଙ୍କର ବାଇକ୍ ଚୋରି ହୋଇଥିଲା ଏ ନେଇ ସୋର ଥାନାରେ ଅଭିଯୋଗ ହୋଇଥିଲା । ପରେ ତଳନଗର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ବାଇକ୍ ଚୋରି ହୋଇଥିଲା ଏନେଇ ସୋର ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା । ଉକ୍ତ ଘଟଣାରେ ସୋର ପୋଲିସ ଛାନ୍ ଭିନ୍ କରି ଆଳଦା ଅଞ୍ଚଳର କାଦେଶ୍ବର ଦାସ ନାମକ ଜଣକୁ ଗିରଫ କରିବା ସହ ତା ନିକଟରୁ ୯ ଟି ବାଇକ୍ ଜବତ କରିବା ସହ କୋର୍ଟ ଚାଲାଣ କରିଛି । ସୋର ଅଞ୍ଚଳରେ କିଛି ଦିନ ହେବ ବାରମ୍ବାର ଚୋରି, ଡକାୟତି ବଢିବା ସହ କ୍ରାଇମ୍ ମଧ୍ୟ ବଢିଛି ଯାହା ପୋଲିସ୍ ପାଇଁ ଚ୍ୟାଲେଞ ସୃଷ୍ଟି କରିଥିବା ବେଳେ ବିପର୍ଯ୍ୟସ୍ଥ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ସୋରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।