ବଲିଉଡରେ ଡେବ୍ଯୁ କରିବେ କ୍ରିକେଟର ଦୀପକ ଚହରଙ୍କ ଭଉଣୀ ମାଲତୀ

ମୁମ୍ବାଇ : (ସଂକେତ ଟିଭି) ଭାରତୀୟ କ୍ରିକେଟର ଦୀପକ ଚହର କିଛି ଦିନ ତଳେ ଗର୍ଲଫ୍ରେଣ୍ଡକୁ ଷ୍ଟାଡିୟମରେ ପ୍ରପୋଜ୍ କରି ଚର୍ଚ୍ଚାକୁ ଆସିଥିଲେ । ଏବେ ଦୀପକ ଚହରଙ୍କ ଭଉଣୀକୁ ନେଇ ଜୋରଦାର ଆଲୋଚନା ଚାଲିଛି । ସୁନ୍ଦରୀ ମାଲତୀ ଚହର ଫିଲ୍ମରେ ଡେବ୍ଯୁ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି । ମାଲତୀ ଖୁବଶୀଘ୍ର ବଡ଼ ପରଦାରେ ନଜର ଆସିବାକୁ ଯାଉଛନ୍ତି । ହେଲେ ମାଲତୀ ବଲିଉଡ୍ ନୁହେଁ ବରଂ ତାମିଲ ଫିଲ୍ମରେ ନିଜ ଅଭିନୟ କ୍ୟାରିଅର ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ସେ ଭିଗ୍ନେଶ ଶିବାନ ଏବଂ ନୟନତାରାଙ୍କ ନୂଆ ପ୍ରଡକ୍ସନ ଭେଞ୍ଚର ଓ୍ୱାକିଂ ଟକିଂ ଷ୍ଟ୍ରବେରି ଆଇସକ୍ରିମ୍ ରେ ସାଇନ କରିଥିବା ଜଣାପଡ଼ିଛି । ଏହି ଖୁସି ଖବରକୁ ମାଲତୀ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ନିଜ ଫଟୋକୁ ଅପଲୋଡ୍ କରିବା ସହ ଏହି ଫିଲ୍ମର ଅଂଶ ହୋଇ ବହୁତ ଉତ୍ସାହିତ ଥିବା କ୍ୟାପସନରେ ଲେଖିଛନ୍ତି । ବିନାୟକ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଥିବା ବେଳେ ନୟନତାରା ଏବଂ ଭିଗ୍ନେଶ ଶିବାନ ପ୍ରଯୋଜନା ଦେଉଛନ୍ତି ।

ତେବେ ଏହି ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ମାଲତୀଙ୍କୁ ଶୁଭେଚ୍ଛା ମିଳିବାରେ ଲାଗିଛି । ମାଲତୀ ଚହର ପେଶାରେ ଜଣେ ଅଭିନେତ୍ରୀ ହେବା ସହ ମଡେଲ୍ ମଧ୍ୟ । ସେ ଫିଲ୍ମ ଦୁନିଆକୁ ଆସିବା ପୂର୍ବରୁ ଅନେକ ବିଜ୍ଞାପନରେ ଅଭିନୟ କରିଛନ୍ତି । ଏହାସହ ଓ୍ୱେବ୍ ସିପିଜ୍ ଲେଟ୍ସମ୍ୟାରି ଡଟ୍ କମ୍ ରେ ମଧ୍ୟ କାମ କରିଛନ୍ତି ।

ଭାଇ ଦୀପକ ଚହର ଏବଂ ଡେବନ୍ ବ୍ରାବୋଙ୍କ ସହ ପପୁଲାର ଗୀତ ଦ ଓ୍ୱାଲ୍ସରେ ପରଫର୍ମ କରି ମାଳତୀ ଲାଇମଲାଇଟ୍କୁ ଆସିଥିଲେ । ମାଲତୀ ଏବଂ ଦୀପକଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ଏହାସହ ମାଲତୀ ନିଜ ନିଆରା ଏବଂ ଦୃଢ ବ୍ୟକ୍ତିତ୍ୱ ପାଇଁ ସର୍ବଦା ହେଡ୍ଲାଇନରେ ରୁହନ୍ତି । ଏହାବ୍ୟତୀତ ତାଙ୍କ ଫ୍ୟାଶନ ସେନ୍ସକୁ ସମସ୍ତେ ପ୍ରଶଂସା କରିଥାନ୍ତି । ମାଲତୀଙ୍କ ଇନଷ୍ଟାଗ୍ରାମରେ ୬୦୩କେ ଫଲୋଅର୍ସ ଅଛନ୍ତି । ମାଲତୀ ମିସ୍ ଇଣ୍ଡିଆ ଅର୍ଥ ୨୦୦୯, ଫେମିନା ମିସ୍ ଇଣ୍ଡିଆ ୨୦୧୪ର ସେକେଣ୍ଡ୍ ରନର୍ସଅପ୍ ରହିଥିଲେ ।