ନଭେମ୍ବର ୧୫ରୁ ସ୍କୁଲ ଯିବେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲା

ଭୁବନେଶ୍ଵର ୧୦।୧୧: (ସଂକେତ ଟିଭି) ନଭେମ୍ବର ୧୫ରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିବ ବିଦ୍ୟାଳୟ। ପିଲାମାନେ ସ୍କୁଲ ଯାଇ ପାଠପଢିବେ। ଏ ନେଇ ବୁଧବାର ସୂଚନା ଦେଇଛନ୍ତି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

କୋଭିଡର ପରବର୍ତ୍ତୀ ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି । ଏହା ପୂର୍ବରୁ ଅକ୍ଟୋବର ୨୫ରେ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ପାଠପଢା ଆରମ୍ଭ ହୋଇଥିଲା। ସେହିପରି ଅକ୍ଟୋବର ୨୧ରୁ ଏକାଦଶ ଶ୍ରେଣୀ ପାଠପଢା ଆରମ୍ଭ ହୋଇଛି। ଏହି କ୍ରମରେ ପାଖାପାଖି ୨୦ ମାସ ପରେ ବିଦ୍ୟାଳୟରେ ଷଷ୍ଠ ଏବଂ ସପ୍ତମ ଶ୍ରେଣୀ ପାଠପଢା ଆରମ୍ଭ ହେବାକୁ ଯାଉଛି। କୋଭିଡ଼ ନିୟମ ଅନୁପାଳନ ସହ ସମସ୍ତ ନିମୟ ବାଧ୍ୟତା ମୂଳକ କରାଯାଇଛି । ସକାଳ ୯ଟା ୩୦ରୁ ଦିନ ୧ଟା ପର୍ଯ୍ୟନ୍ତ ଶ୍ରେଣୀଗୃହରେ ପାଠ ପଢାଯିବ। ଛାତ୍ର-ଛାତ୍ରୀ ନିଜ ଇଚ୍ଛା ଅନୁସାରେ ଅନଲାଇନ୍ ବା ଶ୍ରେଣୀ ଗୃହ ଆସି ପଢି ପାରିବେ।