ଡିସେମ୍ବର ୧ରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ

ଭୁବନେଶ୍ବର ୧୪।୧୧ :(ସଂକେତ ଟିଭି) ଡିସେମ୍ବର ୧ରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ । ଡିସେମ୍ବର ୧ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଶୀତକାଳୀନ ଅଧିବେଶନ । ଚଳିତ ଅଧିବେଶନରେ ମୋଟ ୩୧ଟି ଦିବସ ଥିବାବେଳେ ସେଥି ମଧ୍ୟରୁ ୫ଟି ଛୁଟି ଦିବସ ରହିଛି । ସେହିପରି ମୋଟ ୨୬ଟି କାର୍ଯ୍ୟଦିବସ ରହିଛି ।

ଏନେଇ ଆଜି ବିଧାନସଭା ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ ସମ୍ପୂର୍ଣ୍ଣ ଶୀତ ଅଧିବେଶନର କାର୍ଯ୍ୟ ଦିବସ ସମ୍ପର୍କରେ ସୂଚନା ଦିଆଯାଇଛି । ସମୁଦାୟ ୫ଟି ଛୁଟି ଦିନ ମଧ୍ୟରେ ରହିଛି ୪ଟି ରବିବାର ଏବଂ ଅନ୍ୟଟି ଏକ୍ସ ମାସ ଛୁଟି ଦିନ ।