ଜୋତାରେ ବିୟର ପିଇଲେ ଟି-୨୦ ବିଶ୍ୱକପ ଚାମ୍ପିଆନ ଅଷ୍ଟ୍ରେଲିଆର ଖେଳାଳୀ

ନୂଆଦିଲ୍ଲୀ ୧୫/୧୧ : (ସଂକେତ ଟିଭି)ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱକପର ଚାମ୍ପିୟନ ହୋଇଛି । ଏହି ବିଜୟ ପରେ କେବଳ ଅଷ୍ଟ୍ରେଲିଆ ଖେଳାଳି ନୁହଁନ୍ତି ପୁରା ଦେଶବାସୀ ଏହି ବିଜୟର ଉତ୍ସବ ମନାଉଛନ୍ତି।

ବିଜୟ ପରେ ଅଷ୍ଟ୍ରେଲିଆ ଦଳର ଖେଳାଳିମାନେ ଜୋତାରେ ବିୟର ପିଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆଇସିସି ଏକ ଭିଡିଓ ସେୟାର କରିଛି ଯେଉଁଥିରେ ମାଥ୍ୟୁ ୱେଡ ଏବଂ ମାର୍କସ ଷ୍ଟାୟାନିସ ଜୋତାରେ ବିୟର ପିଉଥିବାର ନଜର ଆସିଛନ୍ତି। ଭିଡିଓରେ ଏହା ସ୍ପଷ୍ଟ ଦେଖାଯାଉଛି ଯେ ମାଥ୍ୟୁ ୱେଡ ଏବଂ ମାର୍କସ ଷ୍ଟାୟାନିସ ପିନ୍ଧିଥିବା ଜୋତାରେ ବିୟର ଢାଳି ପିଉଥିବାର ନଜର ଆସିଛନ୍ତି। ୱେଡ୍ ଜୋତା ବାହାର କରି ସେଥିରେ ବିୟର ଢାଳିବା ପରେ ତାକୁ ପିଇଦେଇଥିଲେ । ଏହା ପରେ ଷ୍ଟାୟାନିସ୍ ମଧ୍ୟ ସମାନ ଢଙ୍ଗରେ ଜୋତା ଧରି ବିୟର ପିଉଥିବାର ନଜର ଆସିଛନ୍ତି।