ଟ୍ରେନ ଯାତ୍ରୀଙ୍କ ପାଇଁ ଭଲ ଖବର, ଶସ୍ତା ହେଲା ଟ୍ରେନ୍ ଭଡ଼ା

ନୂଆଦିଲ୍ଲୀ ୧୫/୧୧ : (ସଂକେତ ଟିଭି) ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଭଲ ଖବର ଅଛି । କୋରୋନା ଅବଧିରେ ଗତ ଦେଢ଼ ବର୍ଷ ଧରି ଚାଲୁଥିବା ସ୍ୱତନ୍ତ୍ର ଟ୍ରେନ୍ ଗୁଡିକ ବର୍ତ୍ତମାନ ନିୟମିତ ଭାବେ ପୂର୍ବର ନମ୍ୱର ଓ ସ୍ଥିର ସମୟ ସାରଣୀ ସହିତ ଚାଲିବ । ଏହାଦ୍ୱାରା ଯାତ୍ରୀଙ୍କ ଯାତ୍ରା ପୂର୍ବ ଅପେକ୍ଷା ଶସ୍ତା ହେବ । ଏହି ପରିପ୍ରେକ୍ଷୀରେ ରେଲୱେ ବୋର୍ଡ ଭଡ଼ା ଫଣ୍ଡିଂ ପାଇଁ ସିଆରଆଇଏସ କୁ ଏକ ସପ୍ତାହ ସମୟ ଦେଇଛି । ଏ ବାବଦରେ ରେଳ ବୋର୍ଡର ଆଦେଶ ଡିଆରଏମମାନଙ୍କ ନିକଟରେ ପହଞ୍ଚିଛି ।

ଗତ ବର୍ଷ ମାର୍ଚ୍ଚରେ କୋରୋନା କାରଣରୁ ରେଳ ଚଳାଚଳ ବନ୍ଦ କରି ଦେଇଥିଲେ ସରକାର । ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ମେ ୧,୨୨୦ରୁ ଆରମ୍ଭ ହୋଇଥିଲା । ଯେଉଁଥିରେ ତତ୍କାଳ ଭଡ଼ାରେ ଶ୍ରମିକମାନେ ଯାତ୍ରା କରିଥିଲେ । ପ୍ରାରମ୍ଭରେ କେବଳ ନିଶ୍ଚିତ ହୋଇଥିବା ଟିକେଟ୍ ଦିଆଯାଇଥିଲା । ଏହା ପରେ ୱେଟିଂ ତାଲିକା ପ୍ରକାଶ ପାଇଥିଲା । ଯାହାର ଭଡ଼ା ୨୦ରୁ ୩୦ ପ୍ରତିଶତ ମହଙ୍ଗା ହୋଇଥିଲା ।

ତେବେ ଯେଉଁମାନେ ପ୍ରଥମେ ବୁକ୍ କରିସାରିଛନ୍ତି ସେମାନେ ଶସ୍ତା ଭଡାର ଲାଭ ପାଇବେ ନାହିଁ । ଏନେଇ ଆଦେଶନାମା ଜାରି ହୋଇଛି । ରେଳ ବୋର୍ଡର ଆଦେଶରେ ଏହା ସ୍ପଷ୍ଟ ହୋଇଛି ଯେ ଯେଉଁ ଯାତ୍ରୀମାନେ ପୂର୍ବରୁ ସଂରକ୍ଷଣ କରିସାରିଛନ୍ତି ସେମାନେ ଶସ୍ତା ଭଡାର ଲାଭ ପାଇବେ ନାହିଁ ।