୬୫ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ

ମାଲକାନଗିରି ୧୫/୧୧ : (ସଂକେତ ଟିଭି): ମାଲକାନଗିରି ପୋଲିସ ୬୫ ଏକର ଜମିର ଚାଷ ହୋଇଥିବା ଗଞ୍ଜେଇ ଗଛ ନଷ୍ଟ କରିଦେଇଛି ।

ସୂଚନା ଅନସାରେ, ଚିତ୍ରକୋଣ୍ଡା ଥାନା ଅଂଚଳର ପାଲାମ- ଆରଏସସି-୫ ଅଂଚଳରେ ଗଞ୍ଜେଇ ଚାଷ ହୋଇଥିବାନେଇ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଚଢାଉ କରିଥିଲା । ସେଠାରେ ପ୍ରାୟ ୬୫ ଏକର ଜମିରେ ଗଞ୍ଜେଇ ଚାଷ ହୋଇଥିଲା । ପୋଲିସ ସେଠାରେ ଚାଷ ହୋଇଥିବା ୯୭ ହଜାର ୫ ଶହ ଗଞ୍ଜେଇ ଗଛ ନଷ୍ଟ କରିଦେଇଛି ।