ବିଗବସ୍ ଘରୁ ବାହାରିଲେ ଅଭିନେତ୍ରୀ ଶମିତା ଶେଟ୍ଟୀ

ମୁମ୍ବାଇ :(ସଂକେତ ଟିଭି) ସଲମାନ ଖାନଙ୍କ ଶୋ ବିଗ୍ ବସ୍- ୧୫ ର ଟିଆରପି ଚଳିତ ବର୍ଷ ଆଶା କରାଯାଉଥିବା ଠାରୁ ବହୁତ କମ୍ ରହିଛି । ଏହି ସମୟରେ ଶୋ’ରୁ ପ୍ରତିଦିନ ନୂଆ ନୂଆ ଖବର ଆସୁଛି । ବର୍ତ୍ତମାନ ଶୋ’ରୁ ଶମିତା ଶେଟ୍ଟୀ ଘରୁ ବାହାରିଯାଇଥିବା ଖବର ମିଳିଛି । ପ୍ରକୃତରେ, ଶମିତା ଶେଟ୍ଟୀଙ୍କୁ ଘରୁ ବାହାର କରାଯାଇ ନାହିଁ, ବରଂ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ, ତାଙ୍କୁ ଘରୁ ବାହାରକୁ ଅଣାଯାଇଛି । ଏହି ଖବର ଶମିତାଙ୍କ ପ୍ରଶଂସକଙ୍କୁ ଏକ ବଡ଼ ଝଟକା ପରି ଲାଗିଛି । ତେବେ ବିଗ୍ ବସ୍ ଠାରୁ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ସାମ୍ନାକୁ ଆସି ନାହିଁ ।

ନିକଟରେ ବିଗ୍ ବସ୍ ପ୍ରତିଯୋଗୀ ରାକେଶ ବାପଟଙ୍କୁ ଘରୁ ବାହାରକୁ ଯିବାକୁ ପଡିଥିଲା । ଘରେ ମଧ୍ୟ ରାକେଶଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ତାଙ୍କ ପେଟରେ ଷ୍ଟୋନ୍ ହୋଇଥିବା ହେତୁ ତାଙ୍କୁ ଘରୁ ବାହାରକୁ ଯାଇ ଚିକିତ୍ସା କରିବାକୁ ପଡିଥିଲା । କେବଳ ଏତିକି ନୁହେଁ, ଅଫସାନା ଖାନଙ୍କୁ ମଧ୍ୟ ହିଂସାତ୍ମକ ତଥା ନିଜ ଉପରେ ଛୁରାମାଡ଼ କାରଣରୁ ଜବରଦସ୍ତ ଶୋ’ରୁ ବାହାର କରିବାକୁ ପଡିଥିଲା ।