ଜେଲର ପାଇଖାନା ଟାଙ୍କିର ପାଇପ ଦେଇ ବିଚାରାଧୀନ କଏଦୀଙ୍କ ଫେରାର

ଭଦ୍ରକ ୨୦।୧୧: (ସଂକେତ ଟିଭି) ଜେଲର ପାଇଖାନା ଟାଙ୍କିର ପାଇପ ଦେଇ ବିଚାରାଧୀନ କଏଦୀଙ୍କ ଫେରାର ଉଦ୍ୟମ । ତାକୁ ଅଧା ବାଟରେ ମାଡିବସିଲେ ଜେଲର ସୁରକ୍ଷା କର୍ମୀ । ଭଦ୍ରକ ସ୍ୱତନ୍ତ୍ର ଉପକାରାଗାରରୁ ଏଭଳି ଚିତ୍ର ସାମନାକୁ ଆସିଛି ।

ସୂଚନା ଅନୁସାରେ, ପୀରାହାଟ ଥାନା ଅଞ୍ଚଳର ଅକ୍ଷୟ ମଲ୍ଲିକ ନାମକ ବ୍ୟକ୍ତି ୩୫୪ ଦଫାରେ ଭଦ୍ରକ ଜେଲ ଆସିଥିଲେ । ୨୦ ଅକ୍ଟୋବରରେ ପୀରହାଟ ଥାନା ଅକ୍ଷୟଙ୍କୁ କୋର୍ଟ ଚାଲାଣ କରିଥିଲା । ବେଲ୍ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍ ପଠାଯାଇଥିଲା । ତେବେ ଅକ୍ଷୟ ଦିନ ଦ୍ବିପ୍ରହରରେ ଶୌଚ ପାଇଁ ପାଇଖାନା ଯିବାକୁ କହିଥିଲେ । ପାଇଖାନା ଯିବା ବେଳେ ହଠାତ ପାଇଖାନା ଉପରକୁ ଉଠି ପାଇପ୍ ସାହାଯ୍ୟରେ ଜେଲ୍ ପାଚେରୀ ଡେଇଁ ଫେରାର ଉଦ୍ୟମ କରିଥିଲେ ।

ତେବେ ଜେଲର ସୁରକ୍ଷାକର୍ମୀ ସୂଚନା ପାଇ ଅକ୍ଷୟଙ୍କୁ ଗୋଡ଼ାଇଥିଲେ । ଜେଲ୍ ନିକଟରୁ ପ୍ରାୟ ଅଧ କିଲୋମିଟର ଦୂରରେ ଥିବା ସୁଭଦ୍ରା ଲୁଗା ଦୋକାନ ସମ୍ମୁଖରେ ଥିବା ଅଟୋ ଭିତରେ ସେ ଲୁଚି ଯାଇଥିଲେ। ଲୁଗା ଦୋକାନୀ କର୍ମଚାରୀ ଓ ଜେଲ କର୍ମଚାରୀ ମାନେ ମିଶି ଖସି ଯାଇଥିବା ବନ୍ଦୀ କୁ ଧରିଥିଲେ। ଅକ୍ଷୟ ମଲ୍ଲିକକୁ କାବୁ କରି ପୁଣି ଜେଲକୁ ନିଆଯାଇଛି।