ଚୋରା ବିଦ୍ୟୁତ ଧରିବାକୁ ଯାଇ ଛେଚା ଖାଇଲେ ବିଦ୍ୟୁତ କର୍ମଚାରୀ

ସୋର ୨୧।୧୧: (ସଂକେତ ଟିଭି) ଚୋରା ବିଦ୍ୟୁତ ଧରିବାକୁ ଯାଇ ବିଦ୍ୟୁତ୍ ବିଭାଗ କର୍ମଚାରୀ ଛେଚା ଖାଇଲେ । ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ଖରାସାହାପୁର ପଞ୍ଚାୟତର ବରହମପୁର ଗ୍ରାମରେ ଏଭଳି ଘଟଣା ଘଟିଛି ।

ସୂଚନା ଅନୁସାରେ, ବାହାନଗା ବିଦ୍ୟୁତ୍ ବିଭାଗ ପକ୍ଷରୁ ଆଜି ଖରାସାହାପୂର୍ ପଞ୍ଚାୟତ ରେ ବରହମପୁର ଗ୍ରାମର ଲିଟୁ ପ୍ରଧାନ ଚୋରାରେ ହିଟର ଜାଳୁଥିବାର ଖବର ପାଇ ଏସଡିଓ ଏବଂ ଅନ୍ୟ କର୍ମଚାରୀ ମାନେ ଯାଇ ଚଢାଉ କରିବା ବେଳେ ଘରେ ଥିବା ଲିଟୁ ପ୍ରଧାନ, ଯୁବୁଲା ପ୍ରଧାନ, ସୃଷ୍ଠିଧର ପ୍ରଧାନ ଏବଂ ଘରେ ଥିବା ମହିଳା ଏବଂ ଝିଅମାନେ ମିଶି ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଫଳରେ କର୍ମଚାରୀ ମାନେ ଆହତ ହୋଇ ଅନନ୍ତପୁର ଡାକ୍ତରଖାନାରେ ଚିକିତ୍ସା ହୋଇଛନ୍ତି ଏ ସମ୍ପର୍କରେ ଉଭୟ ପକ୍ଷରୁ ସୋର ଥାନାରେ ପୃଥକ୍ ପୃଥକ୍ ଏତଲା ଦିଆଯାଇଛି । ଅନନ୍ତପୁର ଫାଣ୍ଡି ଅଧିକାରୀ ଘଟଣସ୍ଥଳକୁ ଯାଇ ତଦନ୍ତ ଜାରି ରଖିଛନ୍ତି ।