ମୋଦିଙ୍କ ସହ ଫଟୋ ସେୟାର କଲେ ଯୋଗୀ, ଫଟୋକୁ ନେଇ ତାଚ୍ଛଲ୍ଯ କଲେ ଅଖିଳେଶ

ନୂଆଦିଲ୍ଲୀ ୨୧/୧୧: (ସଂକେତ ଟିଭି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ବର୍ଷ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ତିନିଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଅଛନ୍ତି । ତେବେ ଏହି ଗସ୍ତ ସମୟରେ ମୋଦୀ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ଯନାଥଙ୍କ ସହ ଆଲୋଚନା କରିଥିଲେ । ତେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଆଲୋଚନା ସମୟର ଏକ ଫଟୋ ଟୁଇଟରରେ ସେୟାର କରିଛନ୍ତି। ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମୋଦି ଯୋଗୀ ଆଦିତ୍ୟନାଥଙ୍କ କାନ୍ଧରେ ହାତ ରଖି ଆଲୋଚନା କରୁଥିବାର ନଜର ଆସିଛନ୍ତି ।

ଏହି ଫଟୋକୁ ଯୋଗୀ ତାଙ୍କ ନିଜ ଟୁଇଟର ଆକାଉଣ୍ଟରେ ସେୟାର କରି ଏକ କବିତା ମଧ୍ୟ ଲେଖିଛନ୍ତି । ସେ ଲେଖିଛନ୍ତି କି “ଆମେ ବାହାରି ପଡ଼ିଛୁ ଶପଥ କରି, ନିଜ ତନ-ମନ ଅର୍ପଣ କରି, ଜିଦ୍‌ ହେଉଛି ସୂର୍ଯ୍ୟ ଉଦୟ କରିବା, ଆକାଶଠାରୁ ଉଚ୍ଚକୁ ଯିବାର ଅଛି, ଏକ ନୂଆ ଭାରତ ଗଢିବାର ଅଛି। ତେବେ ଯୋଗୀ ଏହି ଫଟୋକୁ ଟୁଇଟର ସେୟାର କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି ।

ଏହି ଫଟୋକୁ ନେଇ ରାଜ୍ୟର ରାଜନୀତି ସମ୍ପୂର୍ଣ୍ଣ ଭାବେ ଉଷ୍ମ ହୋଇଛି। ସମାଜବାଦୀ ପାର୍ଟିର ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଯୋଗୀ ଆଦିତ୍ୟନାଥଙ୍କ ଚିତ୍ର ଉପରେ କବିତା ଶୈଳୀରେ ଆକ୍ରମଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ସିଏମ୍ ଯୋଗୀଙ୍କ ମଧ୍ୟରେ ରାଜନୈତିକ ସମ୍ପର୍କକୁ ନେଇ ସେ ଚାଚ୍ଛଲ୍ଯ କରି କହିଛନ୍ତି ରାଜନୀତିରେ ଏଭଳି ମଧ୍ଯ କରିବାକୁ ପଡେ।

ଅଖିଳେଶ ଯାଦବ ତାଚ୍ଛଲ୍ଯ କରି ସେହି ଫଟୋକୁ ସେୟାର କରି ଲେଖିଛନ୍ତି ଯେ ବିଶ୍ବର ସ୍ୱାର୍ଥ ପାଇଁ ଏହାକୁ ରାଜନୀତିରେ ଏହିପରି ମଧ୍ଯ କରିବାକୁ ପଡେ। ସେହି ଅହୁରି ମଧ୍ଯ ” ଅନିଚ୍ଛା ସତ୍ବେ ତୁମର କାନ୍ଧରେ ହାତ ରଖିବାକୁ ପଡୁଛି ଏବଂ ତୁମ ସହିତ ଚାଲିବାକୁ ପଡୁଛି । ” । ତାର ମାନେ ହେଉଛି ମୋଦିଙ୍କ ଅନିଚ୍ଛା ସତ୍ବେ ଯୋଗୀଙ୍କ କାନ୍ଧରେ ହାତ ରଖିଛନ୍ତି ଏବଂ ସାଙ୍ଗରେ ଚାଲୁଛନ୍ତି ।