ଡିଜେ ସାଉଣ୍ଡରେ ମରିଗଲେ ୬୦ରୁ ଉର୍ଦ୍ଧ୍ବ କୁକୁଡ଼ା, ଥାନାର ଦ୍ବାରସ୍ଥ ହେଲେ ଚାଷୀ

ନୀଳଗିରି ୨୩।୧୧: (ସଂକେତ ଟିଭି) ବର ଡିଜେ ବଜାଇ ଗଲା। ଆଉ ମୋ କୁକୁଡ଼ା ସବୁ ହୃଦଘାତ ରେ ମଲେ। ଏଭଳି ଅଭିଯୋଗ ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅଂଚଳରୁ ଆସିଛି।

ସୂଚନାଯୋଗ୍ୟ ବାଲେଶ୍ୱର ଜିଲ୍ଲା ନୀଳଗିରିର କାଣ୍ଡଗରଡିହି ଗ୍ରାମରେ ଜଣେ କୁକୁଡା ଚାଷୀଙ୍କର ଡିଜେ ସାଉଣ୍ଡ ପାଇଁ ୬୩ କୁକୁଡା ମରିଯାଇଛନ୍ତି । ତାଙ୍କ କହିବା କଥା… ଗାଁକୁ ବର ଆସିଲା..ଡିଜେ ବାଜିଲା….ଡିଜେ ସାଉଣ୍ଡ କମାଇବାକୁ ମୁଁ ବହୁତ ନେହୁରା ହେଲି । ଝିଅ ଘର, ପୁଅ ଘର କେହି ମଧ୍ୟ ଶୁଣିଲେନି। ପରେ ସାଉଣ୍ଡ ଅଧିକ ଯୋଗୁଁ ଫାର୍ମରେ ଥିବା କୁକୁଡ଼ା ଗୁଡିକ ଦଉଡି ବୁଲି ହୃଦଘାତ ରେ ମରି ଯାଇଛନ୍ତି । ଏଥିନେଇ କୁକୁଡ଼ା ଚାଷୀ ରଞ୍ଜିତ ପରିଡା ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି । ତେବେ ୬୦ ରୁ ଉର୍ଦ୍ଧ୍ବ କୁକୁଡ଼ା ମରିବା ପରେ ଏହା ଡିଜେ ସାଉଣ୍ଡରେ ମରିବା ନା ଅନ୍ୟ କୌଣସି ରୋଗରେ ମରିଛନ୍ତି ପଶୁ ବିଶେଷଜ୍ଞ ତଦନ୍ତ କରି ସ୍ପଷ୍ଟ ସୂଚନା ଦେବାକୁ ସାଧାରଣରେ ଦାବି ହୋଇଛି।