ସ୍ଥାୟୀ ହେବେ ଠିକା ଡାଟା ଏଣ୍ଟ୍ରି ଅପରେଟର, ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ ୨୩।୧୧: (ସଂକେତ ଟିଭି) ଚାରୋଟି ବିଭାଗରେ କାମ କରୁଥିବା ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବା ଲାଗି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଲୋକସେବା ଭବନ, ଗୋପବନ୍ଧୁ ଏକାଡେମୀ, ଲୋକାଲ ଫଣ୍ଡ ଅଡିଟ୍ ଓ ସବ ରେଜିଷ୍ଟ୍ରାର ଅଫିସରେ କାର୍ଯ୍ୟରତ କର୍ମଚାରୀ ସ୍ଥାୟୀ ହେବେ । ୩ ମାସ ମଧ୍ୟରେ ନିୟମିତ କରିବା ସହ ସମସ୍ତ ସୁବିଧା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହାବାଦ୍ ଠିକା କର୍ମଚାରୀଙ୍କୁ ନିୟମିତ ନେଇ ଥିବା ଗାଇଡଲାଇନରେ ଏହାକୁ କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ଏହାଦ୍ୱାରା ପାଖାପାଖି ୧୫ ଶହରୁ ଅଧିକ ଠିକା କର୍ମଚାରୀ ଉପକୃତ ହେବେ।

ନିକଟରେ ଠିକା କର୍ମଚାରୀଙ୍କ ଦରମା ୫୦ ପ୍ରତିଶତ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ନିଷ୍ପତ୍ତି ନେଇଥିଲା । ଗ୍ରପ୍ ‘ସି’ ଓ ‘ଡି’ ଠିକା କର୍ମଚାରୀଙ୍କୁ ୫୦ ପ୍ରତିଶତ ଅଧିକ ଦରମା ମିଳିବ । ଠିକା କର୍ମଚାରୀ ପରିବର୍ତ୍ତେ ଇନିସିଆଲ୍ ଆପୋଏଣ୍ଟି କୁହାଯିବ । ପୂର୍ବ ନିୟମ ଅନୁସାରେ, ୬ ବର୍ଷ ଚାକିର ପରେ ସେମାନଙ୍କୁ ନିୟମିତ କରାଯିବ ।