ହୋଟେଲରେ ଫାଟିଲା ଗ୍ୟାସ ପାଇପ, ପୋଡ଼ିଗଲେ ରୋଷେଇ କରୁଥିବା ଦୁଇ କର୍ମଚାରୀ

ସୋର ୨୩।୧୧: (ସଂକେତ ଟିଭି) ବାଲେଶ୍ୱର ଜିଲ୍ଲା ସୋର ଥାନା 16 ନମ୍ବର ଜାତୀୟ ରାଜପଥ ବାରିକପୁର ହାଟ ସାମନାରେ ଥିବା ମହାନ୍ତି ହୋଟେଲରେ ରୋଷେଇ କରୁଥିବା ବେଳେ ଗ୍ୟାସ ପାଇପ ଫାଟି ନିଆଁ ଲାଗିଯାଇଥିଲା । ଏଥିରେ ରୋଷେଇ କରୁଥିବା ଦୁଇ ହୋଟେଲ କର୍ମଚାରୀ ପୋଡି ହୋଇ ଗୁରୁତର ହୋଇଥିଲେ । ସଙ୍ଗେ ସଙ୍ଗେ ହୋଟେଲର ଅନ୍ୟ କର୍ମଚାରୀମାନେ ଦୌଡ଼ି ଆସି ଟାଙ୍କିରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ସହିତ ଉଭୟଙ୍କୁ ଉଦ୍ଧାର କରି ସୋର ମେଡିକାଲକୁ ଆଣିଥିଲେ । ସେମାନଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।