ଟେଲି ଡେବ୍ଯୁ କରିବେ ପାକିସ୍ଥାନର ପାଓ୍ବରୀ ଗର୍ଲ ଦାନାନୀର ମୋବୀନ

ମୁମ୍ବାଇ: (ସଂକେତ ଟିଭି) ପାଓ୍ୱରୀ ହୋ ରହି ହୈ… ଭିଡିଓରୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ପାକିସ୍ତାନୀ ଯୁବତୀ ଦାନାନୀର ମୋବୀନ ଆଜିକାଲି ଇଣ୍ଟରନେଟ୍ ଜଗତର ସେନସେସନ୍ ପାଲଟିଛନ୍ତି । ଦାନାନୀର ମୋବୀନଙ୍କ “ପାଓ୍ୱରୀ ହୋ ରହି ହୈ’ର ଭିଡିଓ ଏତେମାତ୍ରାରେ ଲୋକଙ୍କୁ ପ୍ରଭାବିତ କରିଥିଲା ଯେ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ସେଲିବ୍ରେଟି ମଧ୍ୟ ଏହି ଟ୍ରେଣ୍ଡରେ ପଡ଼ି ଭିଡିଓ କରିଥିଲେ ।

ସେହି ଗୋଟିଏ ମାତ୍ର ଭିଡିଓ ଦାନାନୀରଙ୍କ ଭାଗ୍ୟକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି । ଦେଖୁ ଦେଖୁ ସେ ସାଧାରଣ ଝିଅରୁ ଷ୍ଟାରରେ ପରିଣତ ହୋଇଛନ୍ତି । ଆଉ ଏବେ ସୋସିଆଲ ମିଡିଆ ସେନସେସନ୍ ଦାନାନୀର ଆକ୍ଟିଂ ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି । ପାକିସ୍ତାନର ପାଓ୍ୱରୀ ଗର୍ଲ ଛୋଟ ସ୍କ୍ରିନରୁ ନିଜର ଆକ୍ଟିଂ ଡେବ୍ଯୁ କରିବେ । ସେ ଆଗାମୀ ଡ୍ରାମା ସିରିଏଲ “ସିନଫ-ଇ-ଆହାନ’ରେ ନଜର ଆସିବେ । ତେବେ ଦାନନୀରଙ୍କ ଏହି ଡେବ୍ଯୁ ଶୋରେ ପାକିସ୍ତାନର ଜଣାଶୁଣା ଅଭିନେତ୍ରୀ ମଧ୍ୟ ସାମିଲ ହୋଇଛନ୍ତି ।

ଏଥିରେ ସଜଲ ଅଲୀ, ୟୁମନା ଜୈଦୀ, କୁବରା ଖାନ, ସାୟରାୟୁସୁଫ ଏବଂ ରମଶା ଖାନ ନଜର ଆସିବେ । ଏହି ଡ୍ରାମାକୁ ଉମେରା ଅହମଦ ଲେଖିଥିବା ବେଳେ ନଦୀବ ବୈଗ ନିର୍ଦ୍ଦେଶନା ଦେଉଛନ୍ତି । ତେବେ ପାଓ୍ୱରୀ ଗର୍ଲଙ୍କ ଆଗାମୀ ଶୋ ସିନଫ-ଇ-ଆହାନର ଟ୍ରେଲର ସାମ୍ନାକୁ ଆସିବା ମାତ୍ରେ ଏହାକୁ ଭଲ ରେସପନ୍ସ ମିଳିବାରେ ଲାଗିଛି । ଏହି ଶୋରେ ଯୁବତୀମାନେ ନିଜର ଦମଦାର ଅନ୍ଦାଜ ଏବଂ ନୂଆ ଯୁଗର ନୂଆ ଭାବନାକୁ ଦର୍ଶାଇବେ । ତେବେ ଏହି ଡ୍ରାମା ସିରିଏଲର ଦାନାନୀରଙ୍କ ଫାଷ୍ଟ୍ ଲୁକ୍ ମଧ୍ୟ ସାମ୍ନାକୁ ଆସିଛି । ତାଙ୍କର ଲୁକ୍କୁ ଦର୍ଶକମାନେ ଖୁବ ପସନ୍ଦ କରିଛନ୍ତି ।