ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଆଉ ୪ ମାସ ମିଳିବ ରାସନ

ନୂଆଦିଲ୍ଲୀ ୨୪/୧୧: (ସଂକେତ ଟିଭି) କୋଭିଡ-୧୯ ମହାମାରୀ ଯୋଗୁ ଦେଶରେ ଚଳାଯାଇଥିବା ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା’ (ପିଏମଜିକେଏୱାଇ)କୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବ । ଏଥି ନିମନ୍ତେ ପ୍ରସ୍ତାବକୁ କ୍ଯାବିନେଟର ମଞ୍ଜୁରୀ ମିଳିଛି।

ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ୨୦୨୦ ମସିହାରେ ଦେଶରେ କରୋନା ଲକଡାଉନ ଯୋଗୁଁ ଏହି ଯୋଜନା ପ୍ରଥମେ ଏପ୍ରିଲରୁ ଜୁନ ୨୦୨୦ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇଥିଲା । ତେବେ ପରେ ଆବଶ୍ୟକତାକୁ ନଜରରେ ରଖି ପୁଣି ଜୁଲାଇରୁ ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ୫ମାସ ପାଇଁ ପରିବର୍ଦ୍ଧିତ କରାଯାଇଥିଲା। ତେବେ ୨୦୨୧ ମସିହା ପ୍ରାରମ୍ଭରେ ପୁଣି କରୋନା ପ୍ରକୋପ ଓ ଏଥିଲା ଲାଗି ଲକଡାଉନ କାରଣରୁ ମେ ଓ ଜୁନ ୨୦୨୧ ଲାଗି ଦେଶରେ ଯୋଜନା କାର୍ଯ୍ୟକାରୀ ହୋଇଥିଲା।