ନୀଳଗିରି ପଶିଲେ ୧୭ ଟିକିଆ ଝାଡ଼ଖଣ୍ଡୀ ହାତୀପଲ

ନୀଳଗିରି ୨୫।୧୧: (ସଂକେତ ଟିଭି) ବାଲେଶ୍ଵର ଅଞ୍ଚଳକୁ ନୀଳଗିରି ଅଞ୍ଚଳକୁ ମାଡି ଆସୁଛନ୍ତି ଝାଡ଼ଖଣ୍ଡ ହାତୀପଲ। ଏଭଳି ସୂଚନା ମିଳିବା ପରେ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।

ସୂଚନା ଅନୁସାରେ, ଗତକାଲି ରାତିରେ ନୀଳଗିରି ସୀମାନ୍ତ ରେ ୧୭ ଟି ହାତୀ ନଡ଼ପୁର ଜଙ୍ଗଲ ଛାଡି ବୁଢାବଳଙ୍ଗ ନଦୀ ପାର ହୋଇ କାଠପାଳ – ଅଯୋଧ୍ୟା ଦେଇ ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ପ୍ରବେଶ କରିଥିଲେ। ପଛରେ ଆଉ ଦୁଇଟି ହାତୀପଲ ନୀଳଗିରି ଆଡକୁ ଆସୁଥିବା ସୂଚନା ମିଳିଛି। ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଅଞ୍ଚଳରେ ୧୬ ଟି ହାତୀ ତାପଛକୁ ଓଡିଶା ସୀମାନ୍ତ ନିକଟ ତପବନ ଅଞ୍ଚଳରେ ୪୦ ଟି ଥିବା ଜଣାପଡିଛି ।

ବନବିଭାଗ ହାତୀର ଗତିବିଧି ଉପରେ ନଜର ରଖିଥିବା ବେଳେ ସବୁ ହାତୀ ଏକାଠି ହୋଇ ନୀଳଗିରି ଆସିଲେ ଧାନ ଫସଲ ଅମଳ ଚାଲିଥିବା ବ୍ୟାପକ ଧାନ ଫସଲ ନଷ୍ଟ ହେବାର ଯଥେଷ୍ଟ ସମ୍ବାବନା ରହିଛି। ଟ୍ରେନଜ ଓ ସୋଲାର ଫେନ୍ସି ବହୁ ସ୍ଥାନରେ ଅଚଳ ହୋଇଥିବା ବେଳେ ହାତୀପଲ ଗାଁକୁ ପଶି କ୍ଷତି ପାଇଁ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।

ନୀଳଗିରି ଅଞ୍ଚଳକୁ ଆଜକୁ ୧୨ /୧୩ ବର୍ଷ ଧରି ଶତାଧିକ ହାତୀପଲ ନୀଳଗିରି ଅଞ୍ଚଳକୁ ପ୍ରବେଶ କରି ଆତଙ୍କ ଚଳାଇଥାନ୍ତି। ଚଳିତବର୍ଷ ମଧ୍ୟ ହାତୀପଲ ଆସିବା ପରେ ଅଂଚଳରେ ବ୍ୟାପକ କ୍ଷତିହେବା ଆଶଙ୍କା ଧରିଛି।