ଭାରତ ଓ ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ : ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୨୫୮/୪

କାନପୁର ୨୫।୧୧: (ସଂକେତ ଟିଭି) ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ କାନପୁର୍‌ରେ ଖେଳାଯାଉଛି । ଆଜି ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ଚାରି ଓ୍ବିକେଟ ବିନିମୟରେ ୨୫୮ ରନ କରିଛି । ଶ୍ରେୟସ ଆୟର ୭୫ ଏବଂ ରବୀନ୍ଦ୍ର ଜାଡେଜା ୫୦ ରନ କରି ଅପରାଜିତ ଅଛନ୍ତି ।

ଟସ୍‌ ଜିତି ଭାରତୀୟ କ୍ୟାପଟେନ ଅଜିଙ୍କ୍ୟ ରାହାଣେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଫଳରେ ଭାରତ ପ୍ରଥମ ଇଂନିସ ବ୍ୟାଟିଂ ଜାରି ରଖିଥିବାବେଳେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୪ ୱିକେଟ ହରାଇ ୨୫୮ ରନ୍‌ ସଂଗ୍ରହ କରିନେଇଛି । ପ୍ରଥମ ସେସନରେ ଗୋଟିଏ ଓ୍ବିକେଟ ହରାଇଥିଲା । ଏହି ସେସନରେ ଓପନର ଓପନର ମୟଙ୍କ ଅଗ୍ରୱାଲ ୨୮ ବଲ୍‌ରୁ ୧୨ ରନ୍‌ କରି ପ୍ରଥନ ଖେଳାଳି ଭାବେ ଆଉଟ୍‌ ହୋଇଥିଲେ । ଲଞ୍ଚ୍‌ ବ୍ରେକ୍‌ ସୁଦ୍ଧା ଭାରତର ସ୍କୋର ୮୨/୧ ରହିଥିଲା । ପୂଜାରା ଓ ଗିଲ୍‌ଙ୍କ ମଧ୍ୟରେ ୬୧ରନ୍‌ର ଉପଯୋଗୀ ଭାଗିଦାରୀ ହୋଇଥିଲା ।

ଅପରାହ୍ନ ସେସନରେ ୩ଟି ୱିକେଟ ହରାଇଥିଲା । ଏହି ସେସନରେ ଭାରତ ପ୍ରଥମେ ଶୁଭମନ ଗିଲ୍‌(୫୨), ଚେତେଶ୍ବର ପୂଜାରା(୨୬) ଓ କ୍ୟାପଟେନ ଅଜିଙ୍କ୍ୟ ରାହାଣେ(୩୫)ଙ୍କ ୱିକେଟ ହରାଇଥିଲା । ସମସ୍ତ ୩ ଜଣ ବ୍ୟାଟର ଭଲ ଆରମ୍ଭ ସତ୍ତ୍ବେ ବଡ ସ୍କୋର କରିବାରେ ବିଫଳ ହୋଇଛନ୍ତି ।

ଶେଷ ସେସନରେ ୭୫ ଏବଂ ରବୀନ୍ଦ୍ର ଜାଡେଜା ୫୦ ରନ କରି ଅପରାଜିତ ଅଛନ୍ତି । ପୁଣି ଥରେ କେଲ୍‌ ଜେମିଏସନ ଭାରତୀୟ ବ୍ୟାଟ୍‌ରଙ୍କୁ ଅସୁବିଧାରେ ପକାଇଛନ୍ତି । ସେ ୩ଟି ୱିକେଟ ଅକ୍ତିଆର କରିଥିବାବେଳେ ଟିମ୍ ସାଉଦି ଗୋଟିଏ ଓ୍ବିକେଟ ନେଇଛନ୍ତି ।