ଆଇଟିଡିଏ ସହକାରୀ ଯନ୍ତ୍ରୀଙ୍କ ଘର ସମେତ ୧୧ଟି ସ୍ଥାନରେ ଭିଜିଲାନ୍ସ ଚଢାଉ

ବାଲେଶ୍ବର ୨୫।୧୧: (ସଂକେତ ଟିଭି) ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବାରିପଦା ଆଇଟିଡିଏ ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ବାସଭବନ ସମେତ ଏଗାରଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଏହି ଚଢାଉରେ ୧୦ଜଣ ଡିଏସପି, ୪ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ୩୦ କର୍ମଚାରୀ ସାମିଲ ଅଛନ୍ତି ।

ସୂଚନା ଅନୁସାରେ, କଟକ ଭିଜିଲାନ୍ସ ଦ୍ବାରା ଆଜି ସକାଳୁ ଏହି ଚଢାଉ ଆରମ୍ଭ ହୋଇଛି। ଭୁବନେଶ୍ୱର ପ୍ଲଟ ନମ୍ବର ୨୪୦୪/ ଇବି-୫୦୨ଉପରେ ଅବସ୍ଥିତ ଚାରିମହଲା କୋଠା, ଫ୍ଲାଟ ନମ୍ବର ୧୦୫, ବିଜୟ ଏନକ୍ଲେଭ, ଶୈଳଶ୍ରୀ ବିହାର, ଭୁବନେଶ୍ୱର, ଭୁବନେଶ୍ୱରର କଳିଙ୍ଗ ବିହାରରେ ନିର୍ମାଣାଧୀନ କୋଠା, ବାଲେଶ୍ବରରରେ ଚାରି ମହଲା କୋଠା, ବାଲିଆପାଳରେ ପୈତୃକ ବାସଭବନ, ବାଲେଶ୍ବରର ସଦରରେ ଶଶୁର ଘର, ବାଲେଶ୍ବରର ଏଲଆଇସି କଲୋନି ନିକଟରେ ଥିବା ଜ୍ୱାଇଁଙ୍କ ଭଡ଼ା ଘର , ବାଲିଆପାଳରେ ଥିବା ଜ୍ୱାଇଁଙ୍କ ପୈତୃକ ଘର, ବାରିପଦାରେ ସନ୍ତୋଷ ଦାସଙ୍କ ଭଡ଼ା ଘର, ବାରପଦାରେ ଥିବା ତାଙ୍କ ସରକାରୀ କାର୍ଯ୍ୟାଳୟ, ମୟୂରଭଞ୍ଜର ବାଇସିଙ୍ଗାରେ ପୁଅଙ୍କ ଭଡା ଘର ଉପରେ ଏହି ଚଢାଉ ହୋଇଛି ।