ନୋଏଡା ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରର ଶିଳାନ୍ଯାସ କଲେ ମୋଦି

ନୂଆଦିଲ୍ଲୀ ୨୫।୧୧: (ସଂକେତ ଟିଭି) ଉତ୍ତରପ୍ରଦେଶ ଗୌତମବୁଦ୍ଧନଗରର ଜେୱରରେ ନୋଏଡା ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରର ଶିଳାନ୍ୟାସ ହୋଇଯାଇଛି । ଏହା ହେବ ଏସିଆର ସର୍ବବୃହତ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦର। ୨୦୨୪ ସୁଦ୍ଧା ଏହି ବିମାନବନ୍ଦର କାମ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ୫୦ କୋଟି ଟଙ୍କା ବିନିଯୋଗ ହେବା ସହ ଏହି ବିମାନବନ୍ଦର ପାଇଁ ଯୋଗୀ ସରକାର ୫ ହଜାର ୮୪୫ ହେକ୍ଟର ଜମି ଦେଇଥିବା ଜଣାପଡ଼ିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିମାନବନ୍ଦରର ଶିଳାନ୍ୟାସ କରି କହିଛନ୍ତି ଯେ, ଏହି ବିମାନବନ୍ଦର ଦ୍ବାରା ଦିଲ୍ଲୀ ଏନସିଆର ଏବଂ ୟୁପିରେ ରହୁଥିବା କୋଟି କୋଟି ଲୋକଙ୍କୁ ଉପକୃତ କରିବ। ପ୍ରତିବର୍ଷ ଆମେ ଅନ୍ୟ ଦେଶରେ ବିମାନର ମରାମତି ପାଇଁ ୧୫,୦୦୦ କୋଟି ଟଙ୍କା ଖର୍ଚ୍ଚ କରିଥାଉ। ବର୍ତ୍ତମାନ, ସମସ୍ତ ମରାମତି ଏବଂ ରକ୍ଷଣାବେକ୍ଷଣ ଏଠାରେ କରାଯିବ ବୋଲି ସେ କହିଛନ୍ତି।