ରାତି ବିତାଇବା ପାଇଁ ଯୁବତୀ ଖୋଜି ନିର୍ଧୁମ ଛେଚା ଖାଇଲେ ଟ୍ରକ ଡ୍ରାଇଭର୍

ସୋର ୨୫।୧୧: (ସଂକେତ ଟିଭି) ରାତି ବିତାଇବା ପାଇଁ ଯୁବତୀ ଖୋଜି ନିର୍ଧୁମ ଛେଚା ଖାଇଲେ ଟ୍ରକ ଡ୍ରାଇଭର୍ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ ।

ସୂଚନା ଅନୁସାରେ, ୧୬ନଂ ଜାତୀୟ ରାଜପଥ ସୋର ବାରିକପୁର ନିକଟରେ ଥିବା ଏକ ଚାହା ଦୋକାନରେ ନିଳଗିରି ଅଞ୍ଚଳର ଜଣେ ଟ୍ରକ ଡ୍ରାଇଭର୍ ବିଳମ୍ବିତ ରାତିରେ ଗାଡି ଠିଆ କରିଥିଲେ । ଦୋକାନରେ ଚାହା ପିଇବା ବାହାନାରେ ଚାହା ଦୋକାନରେ ରାତି ବିତାଇବା ପାଇଁ ଯୁବତୀ ମିଳିବ କି ପଚାରିଥିଲେ । ଡ୍ରାଇଭର୍ ଜଣକର ଏଭଳି ଆଚରଣ ଦେଖି ସ୍ଥାନୀୟ ଲୋକ ଡ୍ରାଇଭର୍ ଜଣକର ହାତ ଗୋଡ ବାନ୍ଧି ନିର୍ଧୁମ୍ ଛେଚିବା ସହ ସୋର ପୋଲିସ ର ଜିମା ଦେଇଛନ୍ତି ।