ସିଦ୍ଧାର୍ଥ ଶୁକ୍ଲାଙ୍କୁ ହରାଇବା ପରେ ଅନାଥାଶ୍ରମରେ ନଜର ଆସିଲେ ଶେହନାଜ

ମୁମ୍ବାଇ 🙁 ସଂକେତ ଟିଭି) ବିଗ୍ ବସ୍ ଫେମ୍ ଏବଂ ଜଣାଶୁଣା ପଞ୍ଜାବୀ ଅଭିନେତ୍ରୀ ଶେହନାଜ ଗିଲ୍ ନିଜ ବନ୍ଧୁ ତଥା ବୟଫ୍ରେଣ୍ଡ୍ ସିଦ୍ଧାର୍ଥ ଶୁକ୍ଲାଙ୍କୁ ହରାଇବା ପରେ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲେ । ଲୋକଲୋଚନରୁ ଦୂରେଇ ରହିଥିଲେ ଶେହନାଜ । ହେଲେ ସିଦ୍ଧାର୍ଥଙ୍କ ଦେହାନ୍ତ ପରେ ପ୍ରଥମ ଥର ପାଇଁ ଅଭିନେତ୍ରୀ ଶେହନାଜ ପବ୍ଲିକ ପ୍ଲେସ୍ ରେ ନଜର ଆସିଛନ୍ତି ।

ପ୍ରାୟ ୩ ମାସ ପରେ ଶେହନାଜ ଅମୃତସରର ପିଙ୍ଗଲଓ୍ୱାଡା ଅଞ୍ଚଳର ଏକ ଅନାଥାଶ୍ରମ ଗସ୍ତ କରିଛନ୍ତି । ସେଠାରେ ସେ କୁନି କୁନି ପିଲାଙ୍କ ସହ ସମୟ ବିତାଇଥିବା ନଜର ଆସିଛନ୍ତି । ଅନାଥାଶ୍ରମରେ ଥିବା ତାଙ୍କର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଶେହନାଜ ଗିଲ୍ ସିଦ୍ଧାର୍ଥ ଶୁକ୍ଲାଙ୍କ ବିୟୋଗ ପରେ କିଛି ସମୟ ପାଇଁ କ୍ୟାମେରାଠାରୁ ଆରମ୍ଭ କରି ସୋସିଆଲ ମିଡିଆରୁ ବ୍ରେକ୍ ନେଇଥିଲେ ।

କିନ୍ତୁ ତାଙ୍କୁ ନିକଟରେ ରିଲିଜ୍ ଫିଲ୍ମ ହୋସଲା ରଖ୍ ରେ ଦେଖିବାକୁ ମିଳିଥିଲା । କେତେକ ରିପୋର୍ଟ ଅନୁଯାୟୀ ଫିଲ୍ମର ରିଲିଜ୍ ପରେ ଶେହନାଜ ଲଣ୍ଡନ ଯାଇଥିଲେ ଏବଂ ସେଠାରୁ ଫେରିବା ପରେ ପିଲାଙ୍କ ସହ ସମୟ ବିତାଉଥିବା ଦେଖିବାକୁ ମିଳିଛି । ସାମ୍ନାକୁ ଆସିଥିବା ଫଟୋରେ ଶେହନାଜ ସବୁଜ ରଙ୍ଗର ସେ୍ୱଟର ପିନ୍ଧିଛନ୍ତି । ଆଖିରେ ଚଷମା ଏବଂ ଖୋଲା କେଶରେ ସର୍ବୋପରି ସୁନ୍ଦର ଦେଖାଯାଉଥିଲେ ।

ଅନାଥାଶ୍ରମରେ ଥିବା ବେଳେ ଶେହନାଜଙ୍କ କିଛି ଫଟୋକୁ ଜଣେ ପ୍ରଶଂସକଙ୍କ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ପ୍ରଶଂସକ ଜଣଙ୍କ କ୍ୟାପସନରେ ଲେଖିଛନ୍ତି, ଖୁସି ହେବାର ସବୁଠୁ ଭଲ ଉପାୟ କି ଅନ୍ୟମାନଙ୍କୁ ହସୁଥିବାର ଦେଖ । ଏହାସହ ଭାଇରାଲ ଭିଡିଓରେ ଶେହନାଜ ଜଣେ ବୟସ୍କ ମହିଳାଙ୍କୁ କୋଳାଗ୍ରତ କରୁଥିବା ଏବଂ ଅନ୍ୟ ଏକ ଭିଡିଓରେ ପିଲାଙ୍କ ସହ ହସୁଥିବାର ଦେଖିବାକୁ ମିଳିଛି । ଏହି ସମସ୍ତ ଫଟୋ ଏବଂ ଭିଡିଓରେ ଶେହନାଜ ବହୁତ ଖୁସି ଦେଖାଯାଉଛନ୍ତି । ତେବେ ଶେହନାଜଙ୍କ ସହ ତାଙ୍କ ବାପା ମଧ୍ୟ ସେଠାରେ ଉପସ୍ଥିତ ଥିବା ଜଣାପଡ଼ିଛି ।