ବଲିଉଡ୍ ଅଭିନେତ୍ରୀଙ୍କ ପ୍ରଥମ ପସନ୍ଦ ସାଜିଛନ୍ତି ପାକିସ୍ଥାନୀ ଡିଜାଇନର ଫରାଜ୍

ମୁମ୍ବାଇ:( ସଂକେତ ଟିଭି) ପାକସ୍ତାନୀ ଡିଜାଇନର୍ ଫରାଜ୍ ମନନ୍ ଏବେ ବଲଉିଡ୍ ସେଲେବ୍ରିଟିଙ୍କ ପସନ୍ଦର ଡିଜାଇନର୍ ହୋଇଯାଇଛନ୍ତି । ବିଜ୍ଞାପନ ହେଉ କି ବଲିଉଡ୍ ଫଟୋ ସୁଟ୍ ଫରାଜ୍ ଙ୍କ ଚାହିଦା ରହିଛି । ବଲିଉିଡ୍ ଅଭନେତ୍ରୀ ଦୀପିକା ପାଦ୍ୟୁକୋନ୍ ମଧ୍ୟ ଏବେ ଫରାଜ୍ ଙ୍କ ଦ୍ବାରା ଡିଜାଇନ୍ କରାଯାଇଥବା ଏକ ସନ୍ଦୁର ଶାଢି ପନ୍ଧିଥିଲେ। ଯାହାକୁ ଦୀପୁକା ତାଙ୍କ ଇନଷ୍ଟାଗ୍ରାମ୍ ପେଜ୍ ରେ ସେୟାର କରିଛନ୍ତି ଦୀପିକା ।

ଏହାକୁ ଡାର୍କଆଇ, ନ୍ୟୁଡ୍ ଲିପ୍ସ୍ ରେ ଓ ଅତି ଓଜନଦାର କାନଫୁଲ ସହ ପିନ୍ଧ ଥିବାର ଦେଖାଯାଇଥିଲା । ଫରାଜ୍ ମଧ୍ୟ ତାଙ୍କ ଇନଷ୍ଟାଗ୍ରାମ୍ ପେଜ୍ ରେ ଦୀପିକାଙ୍କ ଏହି କ୍ଲୋଜଅପ୍ ଲୁକ୍ ର ଫଟୋ ପୋଷ୍ଟ କରିଛନ୍ତି ।

ଏସିଆର ପ୍ରମୁଖ ବ୍ରାଇଡାଲ୍ ଫେସନ୍ ଡିଜାଇନର୍ ମଧ୍ୟରେ ଫରାଜ୍ ମନନ ପରିଗଣିତି ହୁଅନ୍ତି ଫରାଜ୍ ମନାନ୍ । ଏହାପୂର୍ବରୁ ଅନେକ ବଲଉିଡ୍ ସେଲେବ୍ରିଟିଙ୍କ ଡ୍ରେସ୍ ଡିଜାଇନ୍ କରିସାରିଛନ୍ତି । ଅଭନେତ୍ରୀ କରିନା କପୁର ମଧ୍ୟ ଫରାଜ୍ ଙ୍କ ପୋଷାକ ଅନେକ ସମୟରେ ପିନ୍ଧୁଥିବାର ଦେଖାଯାଇଛି । ବ୍ରାଇଡାଲ୍ କଲେକ୍ସନ୍ ରେ ଫରାଜ୍ ସମଗ୍ର ଏସିଆ ରେ ଆଗରେ ରହିବେ ବୋଲି ଅନେକ ମତ ଦିଅନ୍ତି । ଦ୍ବିତୀୟ ଥର ମା ହେବା ପରେ କରିନା ଫରାଜ୍ ଙ୍କ ପାଇଁ ବ୍ରାଇଡାଲ୍ ୱେୟାର୍ ପିନ୍ଧି ଫଟୋ ସୁଟ୍ କରିଥିଲେ।