ବିନା ଛୁଞ୍ଚିରେ ଦିଆଯାଇପାରିବ କାଡିଲା ଟିକା

ନୂଆଦିଲ୍ଲୀ, ୦୩/୧୨: (ସଂକେତ ଟିଭି) ଚଳିତ ମାସରେ ଭାରତରେ ଉପଲବ୍ଧ ହେବ ସ୍ୱଦେଶୀ ଜ୍ଞାନକୌଶଳରେ ର୍ନିମିତ ଆଉ ଏକ କରୋନା ଟିକା-ଡାଇକୋଭ-ଡି । ପ୍ରଥମେ ଦେଶର ୭ଟି ରାଜ୍ୟରେ ଏହି ଟିକା ଦିଆଯିବ ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି । ଏସବୁ ରାଜ୍ୟ ମଧ୍ୟରେ ଅଛନ୍ତି ମହାରାଷ୍ଟ୍ର, ପଶ୍ଚିମବଙ୍ଗ ପରି କରୋନା ପ୍ରଭାବିତ ରାଜ୍ୟ ।

ବିଶ୍ୱର ପ୍ରଥମ ପ୍ଲାସମିଡ୍ ଡିଏନଏ ଟିକା କୁହାଯାଉଥିବା ଏହି ଟିକାକୁ ଭାରତୀୟ ଫାର୍ମା କମ୍ପାନୀ ଜାଇଡସ୍ କାଡିଲା ପକ୍ଷରୁ ପ୍ରସ୍ତୁତ କରାଯାଉଛିା କମ୍ପାନୀ ଚଳିତ ମାସରେ ଭାରତ ସରକାରଙ୍କୁ ଟିକା ଯୋଗାଣ ଆରମ୍ଭ କରିବା ୧ କୋଟି ଡୋଜ୍ ଟିକା ପାଇଁ କେନ୍ଦ୍ର ସରକାର ଏହି କମ୍ପାନୀକୁ ଅଡର୍ର ଦେଇଛନ୍ତିା ଡୋଜ ପ୍ରତି ୨୬୫ ଟଙ୍କାରେ ଏହି ଟିକାକୁ ସରକାର କିଣିବେ । ଏହା ସହିତ ଏହି ଟିକାଦାନ ବେଳେ ଆବଶ୍ୟକ ହେଉଥିବା ଛୁଞ୍ଚି ବିହୀନ ଆପ୍ଲିକେଟରକୁ ୯୩ ଟଙ୍କାରେ କିଣିବେ ସରକାର । ଜାଇକୋଭ-ଡି ବିଶ୍ୱର ପ୍ରଥମ ଟିକା ଯାହାକି ବିନା ଛୁଞ୍ଚିରେ ଦିଆଯାଏ ।