ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ପୁର୍ତ୍ତ ବିଭାଗର ୪ର୍ଥ ଶ୍ରେଣୀ କର୍ମଚାରୀ

ସୋର ୦୩/୧୨: (ସଂକେତ ଟିଭି) ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ବାଲେଶ୍ବର ଜିଲ୍ଲା ପୁର୍ତ୍ତ ବିଭାଗ କାର୍ଯ୍ୟାଳୟରେ କାର୍ଯ୍ୟରତ ୪ର୍ଥ ଶ୍ରେଣୀ କର୍ମଚାରୀ । ବାଲେଶ୍ବର ପୁର୍ତ୍ତ ବିଭାଗରେ କାର୍ଯ୍ୟରତ ୪ର୍ଥ ଶ୍ରେଣୀ କର୍ମଚାରୀ ପଦ୍ମନାଭ ସ୍ବାଇଁ ଜଣେ ଠିକାଦାରଙ୍କ ଠାରୁ ୧ ଲକ୍ଷ୍ୟ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।

ସେ ରୁଦ୍ର କୁମାର ବେହେରା ନାମକ ଜଣେ ଠିକାଦାରଙ୍କ ନିକଟରୁ ଲାଞ୍ଚ ନେଉଥିଲେ । କର୍ମଚାରୀ ପଦ୍ମନାଭ ସ୍ୱାଇଁ ପୁର୍ତ୍ତ ବିଭାଗର ଅଡିଟ କାମ ମଧ୍ୟ କରୁଥିଲେ । ତେବେ ଏତେ ପରିମାଣର ଟଙ୍କା କାହାପାଇଁ ନେଇଥିଲେ ତାହାକୁ ନେ଼ଇ ଭିଜିଲାନ୍ସ ତନାଘନା ଜାରୀ ରଖିଛି। କିରାଣୀ ପଦ୍ମନାଭ ସ୍ୱାଇଁର ଘର ସୋର ଉତ୍ତରେଶ୍ଵର ଅଞ୍ଚଳର ହୋଇଥିବା ବେଳେ ଭିଜିଲାନ୍ସର ସାତ ଜଣିଆ ଟିମ ଚଢ଼ାଉ ଜାରି ରଖିଛି । ବାଲେଶ୍ବର ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶରେ ଡିଏସପି ସିକନ୍ଦର ହେମ୍ବ୍ରମଙ୍କ ନେତୃତ୍ବରେ ଇନିସପେକ୍ଟର ବି ଏଲ ପୁହାଣ ଏବଂ ୭ ଜଣିଆ ଟିମ୍ ସୋର ଉତ୍ତରେଶ୍ଵରସ୍ଥିତ ବାସ ଭବନରେ ଚଢାଉ ଜାରି ରଖିଛନ୍ତି ।