ଋଣ ପାଇଁ ରାଷ୍ଟ୍ରୀୟ ମର୍ଯ୍ୟାଦାକୁ ବିକି ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ

ଇସଲାମାବାଦ୍, ୦୩/୧୨: (ସଂକେତ ଟିଭି) ଋଣ ବୋଝରେ ଉବୁଟୁବୁ ହେଉଥିବା ପାକିସ୍ତାନକୁ ଏବେ ବିଶ୍ବର ସବୁ ରାଷ୍ଟ୍ରଙ୍କ ନାସ୍ତିବାଣୀ ଶୁଣିବାକୁ ମିଳୁଛି। ଘୋର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ପାକିସ୍ତାନ ନିକଟରେ ସାଉଦି ଆରବର ଶରଣ ପଶଥିଲା ବେଳେ ସାଉଦି ଆରବ ୪.୨ ବିଲୟନ ଡଲାରର ଅର୍ଥ ସହାୟତା ଯୋଗାଇ ଦେଇଛି। ହେଲେ ଏଥିପାଇଁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଦେଶର ସାର୍ବଭୌମତ୍ବକୁ ବିକ୍ରି କରି ଦେଇଛନ୍ତି ।

ଋଣ ଚୁକ୍ତି ଅନୁସାରେ ଏହି ୪.୨ ବିଲିୟନ ଡଲାର ମଧ୍ୟରୁ ୩ ବିଲିୟନ ଡଲାର କେବଳ ପାକିସ୍ତାନ ରିଜର୍ଭ ବ୍ୟାଙ୍କରେ ଜମା ରହିବ । ଯେଉଁଥିରୁ ପାକିସ୍ତାନ ଚାହିଲେ ବି ଗୋଟିଏ ଟଙ୍କା ବ୍ୟୟ କରିପାରିବେ ନାହିଁ । ଏହି ପରିମାଣର ଗଚ୍ଛିତ ଅର୍ଥକୁ ଦେଖାଇ ପାକିସ୍ତାନ ଆଇଏମଏଫ୍ କିମ୍ବା ଅନ୍ୟ କୌଣସି ଆନ୍ତର୍ଜାତିକ ସଂସ୍ଥାରୁ ଋଣ ଆଣିପାରିବ । ଏହାକୁ ମଧ୍ୟ ୪ ପ୍ରତିଶତ ସୁଧ ହାରରେ ଫେରସ୍ତ କରିବାକୁ ପଡ଼ିବ । ବାକି ୧.୨ ବିଲିୟନ ଡଲାର ସାଉଦି ଆରବ ପେଟ୍ରୋଲ ଯୋଗାଣ ବାବଦରେ ଦେବ। କିନ୍ତୁ ଏହି ଅର୍ଥ ପାକିସ୍ତାନକୁ ବର୍ଷକ ମଧ୍ୟରେ ପରିଶୋଧ କରିବାକୁ ପଡ଼ିବ ।

ହେଲେ ବର୍ଷକ ମଧ୍ୟରେ ଯଦି ଆଇଏମଏଫ ଭଳି ଅନ୍ୟ କୌଣସି ଆନ୍ତର୍ଜାତିକ ସଂସ୍ଥାକୁ ପାକିସ୍ତାନ ସରକାର ଋଣ ପରିଶୋଧ କରିବା କ୍ଷେତ୍ରରେ ଖିଲାଫ କରିଥିବା ସାଉଦି ଆରବ ଅନୁଭବ କରେ ତେବେ ବିଭିନ୍ନ ଦେଶରେ ରହିଥିବା ପାକିସ୍ତାନର ସମସ୍ତ କୂଟନୈତିକ କାର୍ଯ୍ୟାଳୟ ସମ୍ପତ୍ତିକୁ ସାଉଦି ଆରବ ଦଖଲକୁ ନେବ ଏବଂ ଏ ସମ୍ପର୍କିତ ସବୁ ମାମଲା କେବଳ ସାଉଦି ଆରବରେ ହେବ ବୋଲି ଚୁକ୍ତି ହୋଇଛି। ଏଭଳି ଚୁକ୍ତିନାମାକୁ ପାକିସ୍ତାନ ସଂସଦ ଅନୁମୋଦନ ଦେଇଥିବା ବେଳେ ଏହାଦ୍ବା ରା ପାକିସ୍ତାନର ସାର୍ବଭୌମତ୍ବକୁ ଇମ୍ରାନ ବିକ୍ରି କରି ଦେଇଛନ୍ତି ବୋଲି ବିରୋଧୀମାନେ କହିଛନ୍ତି । ଅନ୍ୟପକ୍ଷରେ ସବୁ ସ୍ତରରୁ କାଙ୍ଗାଳ ହୋଇପଡ଼ଥିବା ପାକିସ୍ତାନ ଏବେ ଚୋରି କରିବାକୁ ଉଦ୍ୟମ କରଛି ବୋଲି ଆନ୍ତର୍ଜାତକି ସ୍ତରରେ ଆଲୋଚନା ଜୋରଧରିଛି ।

ଆଫଗାନିସ୍ତାନ ସ୍ଥିତିକୁ ଦୃଷ୍ଟିରେ ରଖି ମାନବିକତା ଦୃଷ୍ଟିରୁ ଭାରତ ପ୍ରାୟ ୫ ହଜାର ଟ୍ରକ୍ ରେ ୫୦ ହଜାର ଟନ ଗହମ ସହ ଔଷଧ ଏବଂ ଅନ୍ୟ କିଛି ଖାଦ୍ୟ ସାମଗ୍ରୀ ଆଫଗାନିସ୍ତାନ ପଠାଇବାକୁ ପ୍ରସ୍ତୁତ ହୋଇ ରହିଛି । ହେଲେ ଭାରତୀୟ ଟ୍ରକ ଗୁଡିକୁ ପାକିସ୍ତାନ ଦେଇ ଯିବାକୁ ପ୍ରଥମେ ପାକିସ୍ତାନ ମନା କରି ଦେଇଥିଲା ବେଳେ ଏବେ ନୂଆ ସର୍ତ୍ତ ରଖିଛି।

ଗହମ ନେଇ ଯିବାକୁ ଥିବା ସମସ୍ତ ଭାରତୀୟ ଟ୍ରକ ୱାଘା ସୀମା ଯାଏଁ ଯିବ ଏବଂ ସେଠାରୁ ପାକିସ୍ତାନ ଟ୍ରକରେ ସମସ୍ତ ସାମଗ୍ରୀ ଆଫଗାନିସ୍ତାନ ଯିବ ବୋଲି ପାକିସ୍ତାନ କହୁଛି। କେବଳ ସେତିକି ନୁହେଁ ପରିବହନ ଖର୍ଚ୍ଚ ମଧ୍ୟ ଭାରତ ସରକାର ବହନ କରିବେ ବୋଲି ପାକିସ୍ତାନ କହୁଛି। ଏହାଦ୍ବାରା ସମସ୍ତ ସାମଗ୍ରୀ ଭାରତ ନୁହେଁ, ବରଂ ପାକିସ୍ତାନ ପଠାଇଛି ବୋଲି ଆଫଗାନବାସୀ ଯେ ଭଳି ହୃଦବୋଧ
କରିବେ ସେନେଇ ପାକସ୍ତାନ ମସୁଧା କରିଛି ।

କିନ୍ତୁ ପାକିସ୍ତାନର ଏହି ସର୍ତ୍ତକୁ ଭାରତ ସରକାର ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ସବୁବେଳେ ମିଥ୍ଯାର ଆଶ୍ରୟ ନେଇଥିବା ପାକିସ୍ତାନ ଯେ ସବୁ ସାମଗ୍ରୀ ଆଫଗାନିସ୍ତାନରେ ପହଞ୍ଚାଇବ ଏବଂ ଏଥିରୁ ହଡପ ନ କରିବ ସେହି ଆଶଙ୍କାରୁ ଭାରତ ସରକାର ବର୍ତ୍ତି ପାରିନାହାନ୍ତି । ଭାରତ ପଠାଇବାକୁ ଚାହୁଁଥିବା ସମସ୍ତ ସାମଗ୍ରୀକୁ କେବଳ ଜାତିସଂଘ ଦ୍ବାରା ଆଫଗାନୀ ଲୋକଙ୍କ ନିକଟରେ ପହଞ୍ଚା ଯିବ ବୋଲି କୁହାଯାଇଛି।

ପାକିସ୍ତାନର ଏଭଳି ଆଭିମୁଖ୍ୟକୁ ନେଇ ଆନ୍ତର୍ଜାତିକ ମହଲରେ ମଧ୍ୟ ଆଉ କିଛି ଚର୍ଚ୍ଚା ହେଉଛି। ଭାରତ ଏକ ହିନ୍ଦୁ ରାଷ୍ଟ୍ର ଭାବେ ଆଫଗାନବାସୀଙ୍କୁ ସହାୟତା କରିବାକୁ ପ୍ରୟାସ କରୁଥିବା ବେଳେ ପାକିସ୍ତାନ ଭଳି ଏକ ମୁସଲମାନ ରାଷ୍ଟ୍ର ଏମିତି ସର୍ତ୍ତ ରଖିବା ପଛରେ ଆଉ କିଛି ଉଦ୍ଦେଶ୍ୟ ରହିଛି ବୋଲି କୁହାଯାଉଛି ।