ବାତ୍ୟା ‘ଜଓ୍ଵାଦ’ ପ୍ରଭାବ : ଶନିବାର ୧୯ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ଵର ୦୩।୧୨: (ସଂକେତ୍ ଟିଭି) ସାମୁଦ୍ରିକ ବାତ୍ୟା ‘ଜଓ୍ଵାଦ’୫ ତାରିଖ ମଧ୍ୟାହ୍ନରେ ପୁରୀରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶନିବାର ୧୯ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି ।

ଶୁକ୍ରବାର ଶିକ୍ଷା ବିଭାଗ ପକ୍ଷରୁ ଏନେଇ ଜିଲ୍ଲାପାଳଙ୍କ ନିକଟକୁ ଚିଠି ପଠାଯାଇଛି। ଛୁଟି ଘୋଷଣା ହୋଇଥିବା ଜିଲ୍ଲା ଗୁଡିକ ହେଲା ଗଞ୍ଜାମ, ଗଜପତି, ପୁରୀ, ନୟାଗଡ, ଜଗତସିଂହପୁର, କେନ୍ଦ୍ରାପଡା, କୋରାପୁଟ, ରାୟଗଡା, କଟକ, ଖୋର୍ଦ୍ଧା, କନ୍ଧମାଳ, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ବାଲେଶ୍ଵର, ଭଦ୍ରକ, ଯାଜପୁର, ମାଲକାନଗିରି ଓ ମୟୂରଭଞ୍ଜ ଜିଲ୍ଲା ।

ବାତ୍ୟା ଜଓ୍ଵାଦ ପ୍ରଭାବରେ ଏହି ସବୁ ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶନିବାର ସ୍କୁଲ ବନ୍ଦ ରଖିବାକୁ ଗଣଶିକ୍ଷା ବିଭାଗ ଜିଲ୍ଲାପାଳଙ୍କୁ ଚିଠି ଲେଖି କହିଛନ୍ତି। ପୂର୍ବରୁ ପରୀକ୍ଷା ସ୍ଥିର ହୋଇଥିଲେ ସୁରକ୍ଷିତ ବ୍ୟବସ୍ଥାରେ କରାଯାଇପାରେ।